ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ୍ ଆକ୍ଟର ଅର୍ଜୁନ କପୁର ଏମିତି ଅଭିନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି, ଯିଏ ନିଜ ପରିବାରକୁ ବେଶ୍ ଭଲ ପାଆନ୍ତି । ନିଜ ତିନି ଭଉଣୀଙ୍କ ପାଇଁ ତାଙ୍କ ମନରେ ସବୁବେଳେ ସ୍ନେହ ଓ ପ୍ରେମ ଦେଖିବାକୁ ମିଳେ । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳୁଛି । ସେ ଏବେ ଏମିତି ଏକ କାମ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା । ସେ ସାନ ଭଉଣୀ ଅଂଶୁଲା କପୁରଙ୍କ ପାଇଁ କରିଛନ୍ତି ଖାସ୍ କାମ ।
କଥାଟି ହେଲା ଯେ ଭଉଣୀଙ୍କ ନାମ ଅକ୍ଷରରେ ସେ ହାତରେ ଟାଟୁ କରିଛନ୍ତି । ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ସେ ହାତରେ ‘A’ ଲେଖିଛନ୍ତି । ଆଉ ଏହାର କ୍ୟାପସନରେ କହିଛନ୍ତି, ‘ସି ଇଜ୍ ଦ ମାଇଁ ଏସ୍ ଅପ୍ ସ୍ଲିଭ୍ ।’
ସେପଟେ ଭାଇଙ୍କ ଏହି କାମ ଦେଖି ଅଂଶୁଲା କମେଣ୍ଟରେ ଲେଖିଛନ୍ତି, ‘ଲଭ ୟୁ ।’ ସେହିପରି ଅଂଶୁଲାଙ୍କ ବ୍ୟତୀତ ଅର୍ଜୁନଙ୍କ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, କ୍ରିତି ଖରବନ୍ଦା ଓ ଭିଣୋଇ ଆନନ୍ଦ ଆହୁଜା ।
ପ୍ରକାଶ ଥାଉକି ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ଅର୍ଜୁନଙ୍କ ଫିଲ୍ମ ‘ସରଦାର କା ଗ୍ରାଣ୍ଡସନ’। ଏହାବ୍ୟତୀତ ସେ ଖୁବଶୀଘ୍ର ଆଗାମୀ ଫିଲ୍ମ ‘ଭୂତ ପୋଲିସ’ ଏବଂ ‘ଏକ ଭିଲେନ ରିଟନର୍ସ’।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ