ETV Bharat / sitara

ସୁଲତାନ ଓ ମରାଠାଙ୍କ ଦମଦାର ଲଢେଇ, ଦେଖନ୍ତୁ ଟ୍ରେଲର

ଡିସେମ୍ବର 6ରେ ପରଦାରେ ପାନିପଥର ତୃତୀୟ ଲଢେଇ ଦେଖି ଥରି ଉଠିବେ ଦର୍ଶକ । କାରଣ ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତ ପାନିପଥର କାହାଣୀ ନେଇ ଫେରିବାକୁ ଯାଉଛନ୍ତି । ଦୁଇଜଣଙ୍କ ଅଭିନୀତ ଫିଲ୍ମ ‘ପାନିପଥ’ର ଲୋମହର୍ଷଣକାରୀ ଟ୍ରେଲର ରିଲିଜ ହୋଇଯାଇଛି ।

author img

By

Published : Nov 5, 2019, 2:05 PM IST

ଡିଜାଇନ ଫଟୋ

ମୁମ୍ବାଇ: ଘଟିଲା ଦର୍ଶକଙ୍କ ଅପେକ୍ଷାର ଅନ୍ତ । ରିଲିଜ ହେଲା ଅର୍ଜୁନ କପୁର ଓ ସଞ୍ଜୟ ଦତ୍ତଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପାନିପଥର ଦମଦାର ଟ୍ରେଲର । ଏହାର ରିଲିଜକୁ ନେଇ ଖୁବ୍ ଉତ୍ସାହିତ ଦର୍ଶକ । ଏହି 3 ମିନିଟ 41 ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କୁ ପୁଣିଥରେ ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ବାଜିରାଓ ମସ୍ତାନୀ’ ଏବଂ ‘ପଦ୍ମାବତ’ର ମନେ ପକାଇଦେବ । କିନ୍ତୁ ଟ୍ରେଲରରେ ଇତିହାସର ସବୁଠାରୁ ବଡ ଯୁଦ୍ଧ ପାନିପଥ ତୃତୀୟର ଲୋମହର୍ଷଣକାରୀ କାହାଣୀ ଦେଖିବାକୁ ପାଇଛନ୍ତି ଦର୍ଶକ ।

  • " class="align-text-top noRightClick twitterSection" data="">

ଅର୍ଜୁନଙ୍କ ଦମଦାର ଡାଇଲଗ, ସଞ୍ଜୟଙ୍କ ଶାନଦାର ଆକ୍ସନ ଟ୍ରେଲରକୁ ଖୁବ୍ ଆକର୍ଷଣୀୟ କରୁଛି । ପେଶୱା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇକୁ ଟ୍ରେଲରରେ ପର୍ଯ୍ୟବେଶିତ କରାଯାଇଛି । ପାନିପଥର ତୃତୀୟ ଯୁଦ୍ଧକୁ ନେଇ ଆଧାରିତ ଏହି ଫିଲ୍ମ । ଫିଲ୍ମରେ ସଞ୍ଜୟ ଓ ଅର୍ଜୁନଙ୍କ ଲୁକ ରୋମାଞ୍ଚକଭରା ଦେଖିବାକୁ ମିଳୁଛି । ସଞ୍ଜୟ ଯେଉଁଠାରେ ଦିଲ୍ଲୀ ସୁଲତାନ ଅହମ୍ମଦ ଶାହ ଅବଦ୍ଦାଲି ଭୂମିକାରେ ନଜର ଆସୁଛନ୍ତି ଅର୍ଜୁନ ପ୍ରଥମଥର ମରାଠା ଯୋଦ୍ଧାଙ୍କ ଭୂମିକାରେ ଦେଖାଯାଉଛନ୍ତି । ସେ ଫିଲ୍ମରେ ସଦାଶିବ ରାଓ ଭାଉଙ୍କ ଭୂମିକରେ ଅଭିନୟ କରୁଛନ୍ତି ।

କିପରି ନିଜ ମାଟି ପାଇଁ ସୁଲତାନ ସହ ପାନିପଥ ଠାରେ ଲଢୁଛନ୍ତି ମରାଠା ତାହା ଟ୍ରେଲରରେ ପର୍ଯ୍ୟବେଶିତ କରାଯାଇଛି । ଅନ୍ୟପଟେ ସୁଲତାନ ମଧ୍ୟ ପୁରା ଭାରତବର୍ଷକୁ ନିଜ ଅକ୍ତିଆର କରିବା ପାଇଁ ମରାଠା ବଂଶକୁ ନଷ୍ଟ କରିବା ପାଇଁ ଯୋଜନା କରୁଥିବାର ନଜର ଆସୁଛନ୍ତି । ଟ୍ରେଲରରେ ସବୁ ଷ୍ଟାରକାଷ୍ଟଙ୍କ ଭୂମିକା ଦେଖିବାକୁ ପାଇଛନ୍ତି ଦର୍ଶକ ।

Intro:Body:

LIPINA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.