ମୁମ୍ବାଇ: ଲକଡାଉନରେ ସରକାର ଏବେ କିଛି କୋହଳ କରିଛନ୍ତି । ଯାହାଦ୍ବାରା ଧିରେ ଧିରେ ଜନଜୀବନ ପୁଣି ପୂର୍ବ ଅବସ୍ଥାକୁ ଫେରିବାରେ ଲାଗିଛି । ସେପଟେ ଦୀର୍ଘ ସମୟରୁ ନିଜ ନିଜ ଘରେ ବନ୍ଦ ଥିବା ସେଲିବ୍ରିଟି ମଧ୍ୟ ଘରୁ ବାହାରିଛନ୍ତି । ଯାହାର ଅନୁଭୂତି ସୋସିଆଲ ମିଡିଆରେ ସେୟାର କରିଛନ୍ତି ଫେମସ ଅଭିନେତ୍ରୀ ତଥା କମେଡି ଶୋ ‘ଦ କପିଲ ଶର୍ମା’ର ଜଜ ଅର୍ଚ୍ଚନା ପୂରନ ସିଂ । ସେ ପାଖାପାଖି 1 ମାସ ପରେ ଘରୁ ବାହାରି ୱାକ କରିବାକୁ ଯାଉଥିଲେ । ଯାହାର କିଛି ଝଲକ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ।
- " class="align-text-top noRightClick twitterSection" data="
">
ସେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଟିକେ ଘରୁ ବାହାରିବାକୁ ସୁଯୋଗ ମିଳିଲା । ନିଜ କମ୍ପଲେକ୍ସ ବାହାର ୱାକ କରିବାରେ ସ୍ବାଧୀନତା ଅନୁଭବ ହେଉଛି । ହେଲେ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଲକଡାଉନରେ କିଛି କୋହଳ ଆମ ଅର୍ଥନୀତିକୁ ସୃଦଢ କରିବାକୁ ମିଳିଛି । ହେଲେ ନିଜ ସୁରକ୍ଷିତ ରଖିବାକୁ ପଡିବ । ଏଥି ନିମନ୍ତେ ସାମାଜିକ ଦୂରତା ପାଳନ କରିବା ସହ ସୁରକ୍ଷିତ ରୁହନ୍ତୁ ।’ ଦେଖନ୍ତୁ ଭିଡିଓ...