.ହାଇଦ୍ରାବାଦ: ବଲିଉଡରେ ଗୋଟିଏ ପଟେ ମଲାଇକା ଓ ଅର୍ଜୁନ କପୁରଙ୍କ ଆଫେୟାର୍ସ ଖବର ଚର୍ଚ୍ଚାରେ ଥିବାବେଳେ ଏବେ ଶୁଣିବାକୁ ମିଳିଲାଣି ଅରବାଜ ଓ ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆଙ୍କ ସମ୍ପର୍କରେ । ଅରବାଜ 22ବର୍ଷ ସାନ ଜର୍ଜିଆଙ୍କ ସହ ବହୁତ ଜଲଦି ନିର୍ବନ୍ଧ କରିବାକୁ ଯାଉଛନ୍ତି ।
ସେପଟେ ଛାଡପତ୍ର ହୋଇ ସାରିଥିବା ପତ୍ନୀ ମଲାଇକା କେବଳ ଅରବାଜଙ୍କ ବନ୍ଧୁ ହୋଇ ରହିଛନ୍ତି । ଆଉ ଦୁଇଜଣଙ୍କୁ ପରସ୍ପରଙ୍କ ସାଥି ସହ କୌଣସି ଅସୁବିଧା ନାହିଁ । ଖାନ ପରିବାର ମଧ୍ୟ ଜର୍ଜିଆଙ୍କୁ ଖୁବ୍ ପସନ୍ଦ କରନ୍ତି । ଜର୍ଜିଆ ଓ ଅରବାଜଙ୍କ ପରିବାରର ଇଚ୍ଛା ସେମାନେ ଏବେ ବିବାହ ନକଲେ ମଧ୍ୟ ନିର୍ବନ୍ଧ କରିଦିଅନ୍ତୁ ।
ମଲାଇକାଙ୍କ ସହ ଛାଡପତ୍ର ପରେ ଅରବାଜ ଡିପ୍ରେସନରେ ଥିବା ଶୁଣିବାକୁ ମିଳିଥିଲା । ସେପଟେ ଜର୍ଜିଆଙ୍କ ସହ ଅରବାଜଙ୍କ ବନ୍ଧୁତା ରହିଥିଲା । କିନ୍ତୁ ସମୟକ୍ରମେ ଏହା ପ୍ରେମରେ ପରିବର୍ତ୍ତିତ ହୋଇଥିଲା ।