ମୁମ୍ବାଇ: ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ୍ଙ୍କ ବଡ଼ ଝିଅ ତଥା ସଙ୍ଗୀତଜ୍ଞ ଖତିଜା ରେହମାନଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି । ସେ ଜଣେ ସାଉଣ୍ଡ ଇଞ୍ଜିନିୟର ରିୟାସଦ୍ଦିନ ଶୈକ ମହମ୍ମଦଙ୍କ ସହ ନିର୍ବନ୍ଧ କରିଛନ୍ତି । ଏହାକୁ ନେଇ ସେ ରବିବାର ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଏହି ଫଟୋରେ ଖତିଜା ନିର୍ବନ୍ଧ ପାଇଁ ସୁନ୍ଦର ଭାବରେ ସଜାଇ ହୋଇଥିବା ଦେଖିବାକୁ ମିଳିଛି ।
ଗତ ଡିସେମ୍ବର ୨୯ ତାରିଖରେ ସାଉଣ୍ଡ ଇଞ୍ଜିନିୟର ରିୟାସଦ୍ଦିନ ଶୈକ ମହମ୍ମଦଙ୍କ ସହ ନିର୍ବନ୍ଧ କରିଛନ୍ତି ଖତିଜା ରେହମାନ । ଏନେଇ ସେ ଇନ୍ଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ସେୟାର କରିଛନ୍ତି । ଏହାକୁ ନେଇ ଖତିଜା ଲେଖିଛନ୍ତି ଯେ, "ଇଶ୍ବରଙ୍କ ଆଶୀର୍ବାଦରୁ ମୁଁ ଖୁସିର ସହ ଏହା କହିବାକୁ ଚାହୁଁଛି ଯେ, ରିୟାସଦ୍ଦିନ ଶୈକ ମହମ୍ମଦଙ୍କ ସହ ନିର୍ବନ୍ଧ କରିଛି । ଯିଏ ଜଣେ ଆଶାୟୀ ଉଦ୍ୟୋଗୀ ଓ ଜଣେ ୱିଜ୍କିଡ୍ ଅଡିଓ ଇଞ୍ଜିନିୟର ।"
ଫଟୋ ସେୟାର କହି କ୍ୟାପସନ୍ରେ ଖତିଜା ଲେଖିଛନ୍ତି ଯେ, "ଗତ ଡିସେମ୍ବର ୨୯ ତାରିଖରେ ମୋ ଜନ୍ମଦିନ ଅବସରରେ ମୋ ପରିବାର ଓ କିଛି ଅତି ନିକଟତର ସମ୍ପର୍କୟୀଙ୍କୁ ନେଇ ଏହି ନିର୍ବନ୍ଧ ହୋଇଛି ।"
ଗତବର୍ଷ ଖତିଜା ରେହମାନ ରକ୍-ଏ-ବେବି ନାମରେ ଏକ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ । ଏହି ଗୀତ କ୍ରୀତି ସାନନଙ୍କ ଅଭିନିତ ଡ୍ରାମା ଫ୍ଲିଲ୍ମ ମିମିରେ ଶୁଣିବାକୁ ମିଳିଥିଲା । ଏହାକୁ ଖତିଜାଙ୍ଗ ବାପା ଏ. ଆର ରେହମାନ ନିର୍ଦ୍ଦେଶନା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ