ETV Bharat / sitara

ଏ ଆର ରେହମାନ ପ୍ରସୁନ ଯୋଶୀଙ୍କ ନୂଆ ଗୀତ ହମ ହାର ନେହି ମାନେଙ୍ଗେ - ଏ ଆର ରେହମାନ, ପ୍ରସୁନ ଯୋଶୀଙ୍କ ନୂଆ ଗୀତ

କରୋନାଭାଇରସର ସଙ୍କଟ ମଧ୍ୟରେ ଏହି ମହାମାରୀ ବିରୋଧରେ ଲଢିବା ପାଇଁ ସଂଗୀତଜ୍ଞ ଏ ଆର ରେହମାନ ଏବଂ ଗୀତିକାର ପ୍ରସୁନ ଯୋଶୀଙ୍କ ନୂଆ ଗୀତ ହମ ହାର ନେହି ମାନେଙ୍ଗେ ଉପସ୍ଥାପନ କରିଛନ୍ତି । ଅଧିକ ପଢନ୍ତୁ...

ar rahman prasoon joshi unite for new song hum haar nahi maanenge
ଏ ଆର ରେହମାନ ପ୍ରସୁନ ଯୋଶୀଙ୍କ ନୂଆ ଗୀତ ହମ ହାର ନେହି ମାନେଙ୍ଗେ
author img

By

Published : May 2, 2020, 7:11 AM IST

ମୁମ୍ବାଇ: ଓସ୍କାର ବିଜେତା ଏ ଆର ରେହମାନ ଏବଂ ପ୍ରସିଦ୍ଧ ଗୀତିକାର ପ୍ରସୁନ ଯୋଶୀ ଏକତ୍ରିତ ହୋଇ କୋଭିଡ-19 ବିରୋଧରେ ଏକ ଗୀତ ଉପସ୍ଥାପନ କରିଛନ୍ତି । ମହାମାରୀ ସମୟରେ ଲୋକଙ୍କ ମଧ୍ୟରେ ସକରାତ୍ମକତା ଏବଂ ପ୍ରେରଣା ଯୋଗାଇବାକୁ ହମ ହାର ନେହି ମାନେଙ୍ଗେ ଏକ ଗୀତକୁ ଲଞ୍ଚ କରିଛନ୍ତି ।

ଏହି ଗୀତଟିକୁ ଏ ଆର ରେହମାନ କମ୍ପୋଜ କରିଛନ୍ତି ଏବଂ ଏହି ଗୀତ ପ୍ରସୁନ ଯୋଶୀଙ୍କ ଦ୍ୱାରା ଲିଖିତ ହୋଇଛି । ଏହି ଗୀତକୁ ନେଇ ଏ ଆର ରେହମାନ କହିଛନ୍ତି ଯେ, ଏହି ଗୀତ ଆମ ସମସ୍ତଙ୍କୁ ଏକାଠି ହେବାକୁ ପ୍ରେରଣା ଯୋଗାଇବ ।

ଏହି ଗୀତ ବିଷୟରେ ଯୋଶୀ କହିଛନ୍ତି ଯେ, ସଂଗୀତ ସର୍ବଭାରତୀୟଙ୍କ ଆତ୍ମାକୁ ଶାନ୍ତ କରିଥାଏ । ସଂଗୀତ ମାଧ୍ୟମରେ ଆମେ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟକୁ ସ୍ପର୍ଶ କରିବାକୁ ଚାହୁଁ ଏବଂ ସେମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ସେମାନେ ଏକୁଟିଆ ନୁହଁନ୍ତି । ମିଳିତ ଭାବେ ଆମେ ଅଧିକ ଶକ୍ତିଶାଳୀ ହୋଇ ଉଠିବୁ । ବର୍ତ୍ତମାନ ପ୍ରତ୍ୟେକ ଲୋକଙ୍କ ଅବଦାନ ଏହି ମହାମାରୀର ମୁକାବିଲା କରିପାରିବ । ଆମେ ଏକତ୍ର ହୋଇ ସମସ୍ତ ଅସୁବିଧାକୁ ଅତିକ୍ରମ କରିବୁ, ଆମେ କେବେ ହାର ମାନିବୁ ନାହିଁ ।

ଏହି ଟ୍ରାକ ସମଗ୍ର ଭାରତର ସଂଗୀତଜ୍ଞମାନଙ୍କର ଏକ ସଂଗୀତକୁ ମଧ୍ୟ ଏକତ୍ର କରିଛି । ବିଶିଷ୍ଟ କଳାକାରମାନଙ୍କ ମଧ୍ୟରେ କ୍ଲିଣ୍ଟନ ସେରେଜୋ, ମୋହିତ ଚୈାହାନ, ହର୍ଷଦୀପ କୈାର, ମିକା ସିଂ, ଜୋନିଟା ଗାନ୍ଧୀ, ନୀତି ମୋହନ, ଜାଭେଦ ଅଲି, ସିଦ ଶ୍ରୀରାମ, ଶ୍ରୁତି ହାସନ, ଶଶା ତିରୁପତି, ଖଟିଜା ରହମାନ ଏବଂ ଅଭୟ ଯୋଧପୁରକର ଅନ୍ତର୍ଭୁକ୍ତ । ଏହି ଗୀତ ଶୁକ୍ରବାର ଦିନ ଏଚ.ଡି.ଏଫ.ସି ବ୍ୟାଙ୍କ ଦ୍ବାରା ମୁକ୍ତିଲାଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.