ETV Bharat / sitara

‘ପାତାଲ ଲୋକ’ର ସଫଳତା: ଭର୍ଚୁଆଲ ପାର୍ଟିରେ ବ୍ୟସ୍ତ ଅନୁଷ୍କା

ଶୁକ୍ରବାର ଆମାଜାନ ପ୍ରାଇମ ଭିଡିଓରେ ଆରମ୍ଭ ହୋଇଥିବା 'ପାତାଲ ଲୋକ'ର ଚାହିଦା ବର୍ତ୍ତମାନ ଆକାଶ ଛୁଆଁ । ସମସ୍ତଙ୍କ ମନ କିଣିବାରେ ସଫଳ ହୋଇଛି ଅନୁଷ୍କାଙ୍କ ଏହି ପ୍ରଥମ ୱେବ ସିରିଜ...

author img

By

Published : May 16, 2020, 10:33 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଯେବେଠୁ ସୁନ୍ଦରୀ ଅନୁଷ୍କା ଶର୍ମା ନିଜ ପ୍ରଥମ ୱେବ ସିରିଜ ପାତାଲ ଲୋକର ଘୋଷଣା କରିଥିଲେ । ସେହି ସମୟରୁ ଦର୍ଶକ ଖୁବ୍ ଉତ୍ସାହିତ ଥିଲେ ଏହାକୁ ଦେଖିବା ପାଇଁ । ଶୁକ୍ରବାର ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଥିଲା । କାରଣ ଆମାଜନ ପ୍ରାଇମ ଭିଡିଓରେ ଏହାର ଷ୍ଟ୍ରିମିଂ ଗତକାଲି(ଶୁକ୍ରବାର)ଠୁ ଆରମ୍ଭ ହୋଇଯାଇଛି । ଆଉ ଷ୍ଟ୍ରିମିଂ ହେବାର କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଏହାର ପ୍ରଶଂସା କରିବାରେ ଲାଗିପଡିଥିଲେ ଦର୍ଶକ । କ୍ରାଇମ, ଫେକ ନ୍ୟୁଜ, ଆତଙ୍କବାଦୀ ଭଳି ବଡ ପ୍ରସଙ୍ଗ ଉପରେ ଆଧାରିତ ଏହି ୱେବ ସିରିଜ । ଦର୍ଶକଙ୍କ ସହ କ୍ରିଟିକ୍ସଙ୍କ ମଧ୍ୟ ମନ କିଣିଛି ପାତାଲ ଲୋକ ।

ଦର୍ଶକଙ୍କ ଦ୍ବାରା ମିଳୁଥିବା ଶାନଦାର ପ୍ରତିକ୍ରିୟାକୁ ନେଇ ଅନୁଷ୍କାଙ୍କ ଖୁସି କହିଲେ ନ ସରେ । ଏହି ଅବସରରେ ପାତାଲ ଲୋକର ଟିମ ଏକ ଭର୍ଚୁଆଲ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ୱେବ ସିରିଜର ସଫଳତାକୁ ସେଲିବ୍ରେସନ କରାଯାଇଥିଲା ।

ଅନୁଷ୍କା ପାର୍ଟିର ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ପାର୍ଟିରେ ଟିମଙ୍କ ସହ ଏନଜୟ କରୁଥିବାର ନଜର ଆସୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ବର୍ତ୍ତମାନ ସମୟରେ ସଫଳତା ପାର୍ଟି କିଛି ଏମିତି ଦେଖାଯାଉଛି । ପ୍ରାଇମ ଭିଡିଓରେ ପାତାଳ ଲୋକ ଷ୍ଟ୍ରିମିଂ ଚାଲିଛି । ମୁଁ ଏହି ଶାନଦାର ଟିମ ସହ ଖୁବ୍ ଏନଜୟ କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.