ETV Bharat / sitara

Post-pregnancy Body: ନିଜ ଶରୀରକୁ ନେଇ ଏମିତି କହିଲେ ଅନୁଷ୍କା - ପୋଷ୍ଟ-ପ୍ରେଗ୍ନେନ୍ସି ବଡି

ଗର୍ଭବତୀ ହେବାର ପରବର୍ତ୍ତୀ ଶରୀର ସମ୍ପର୍କରେ ଆଲୋଚନା କଲେ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା । କହିଲେ ପୂର୍ବ ଶରୀର ଅପେକ୍ଷା ବର୍ତ୍ତମାନର ଶରୀର ସେ ଅଛନ୍ତି ଅଧିକ କମ୍ଫଟେବଲ୍‌ । ଅଧିକ ପଢନ୍ତୁ...

Post-pregnancy Body: ନିଜ ଶରୀରକୁ ନେଇ ଏମିତି କହିଲେ ଅନୁଷ୍କା

author img

By

Published : Nov 13, 2021, 8:09 PM IST

ମୁମ୍ବାଇ: ବଲିଉଡ଼ ଆକ୍ଟର-ପ୍ରଯୋଜିକା ତଥା ନିକଟରେ ମା' ହୋଇଥିବା ଅନୁଷ୍କା ଶର୍ମା ନିଜ ଗର୍ଭବତୀ ପରର ଶରୀର ସମ୍ପର୍କରେ ଚର୍ଚ୍ଚା କରିଛନ୍ତି । ଗର୍ଭରେ ଏକ ଶିଶୁକୁ ଧାରଣ କରିବା ପରେ ଶରୀରରେ ପରିବର୍ତ୍ତନ ଆସେ, ତେବେ ଏହାକୁ ନେଇ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି କହିବା ସହିତ ପୂର୍ବ ଅପେକ୍ଷା ସେ ଏବେ ନିଜର ସ୍କିନକୁ ନେଇ ଖୁସି ଥିବା କହିଛନ୍ତି ।

ଅନୁଷ୍କା women's fashion ଓ celebrity gossip ମାଗାଜିନର କଭର ପେଜ ପାଇଁ ଫଟୋସୁଟ କରିଛନ୍ତି । ଏହି ମାଗାଜିନକୁ ସାକ୍ଷାତକାର ଦେବା ସମୟରେ ଅନୁଷ୍କା(୩୩) କହିଛନ୍ତି ଯେ ସେ ଗର୍ଭବତୀ ହେବା ସମୟରେ ତାଙ୍କ ଶରୀରରେ ଆସିଥିବା ପରିବର୍ତ୍ତନକୁ ନେଇ ସେ ବ୍ୟସ୍ତ ହୋଇପଡ଼ିଥିଲେ । ଏହାସହିତ ସେ ପୂର୍ବରୁ ସଚେତନ ଥାଇ ମଧ୍ୟ ନିଜ ଶରୀରକୁ ନେଇ ଭୟଭୀତ ହୋଇପଡ଼ିଥିଲେ । କାରଣ ଜଣେ ମହିଳା ମା' ହେବା ପୂର୍ବରୁ ଗର୍ଭବତୀ ହୋଇଥାନ୍ତି ଏବଂ ଜଣେ ଶିଶୁକୁ ଜନ୍ମ ଦେଇଥାନ୍ତି । ତେବେ ଗର୍ଭବତୀ ସମୟରେ ଶରୀରର ପରିବର୍ତ୍ତନକୁ ନେଇ ବ୍ୟସ୍ତ ହେବା ଆଦୌ ଆବଶ୍ୟକ ନାହିଁ ।

ସେ ଆହୁରି କହିଛନ୍ତି ଯେ ଗର୍ଭବତୀ ହେବା ପରେ ସେ ନିଜ ଶରୀରର ସ୍କିନକୁ ଅଧିକ ପସନ୍ଦ କରୁଛନ୍ତି । ପୂର୍ବ ଅପେକ୍ଷା ନିଶ୍ଚିତ ଭାବରେ ତାଙ୍କ ଶରୀରରେ ପରିବର୍ତ୍ତନ ଆସିଛି । ପୂର୍ବର ଫିଟ୍‌ ବଡ଼ି ଅପେକ୍ଷା ସେ ଏହାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି କହିଛନ୍ତି । ତେବେ ସୂଚନା ଥାଉ କି ଅନୁଷ୍କା ଓ କ୍ରିକେଟର ହବି ବିରାଟ କୋହଲି ଗତ ଜାନୁଆରୀ ୧୧ ତାରିଖରେ ଶିଶୁକନ୍ୟା 'ଭାମିକା'କୁ ଜନ୍ମ ଦେଇଥିଲେ । ସେପଟେ ଅନୁଷ୍କାଙ୍କ କ୍ୟାରିଅର ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ ନଭଦୀପ ସିଂଙ୍କ Kaneda ଓ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଚରିତ୍ରରେ ନଜର ଆସିବେ ।

୨୦୧୮ ମସିହାରେ ଅନୁଷ୍କା 'ଜିରୋ' ଫିଲ୍ମରେ ନଜର ଆସିଥିଲେ । ଏହାପରେ ସେ ପାତାଲ ଲୋକ ଓ ଫିଲ୍ମ 'ବୁଲବୁଲ'ରେ ପ୍ରଯୋଜନା ଦେଇଥିଲେ । ଏହି ଫିଲ୍ମ OTT ପ୍ଲାଟଫର୍ମରେ ଗତବର୍ଷ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.