ETV Bharat / sitara

ପତି ବିରାଟଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି ଅନୁଷ୍କା - IPL

ଆଜି ଜନ୍ମଦିନ ପାଳନ କରୁଛନ୍ତି ଅନୁଷ୍କା ଶର୍ମା । ଦୁନିଆରୁ ଦୂରରେ ପତି ବିରାଟଙ୍କ ସହ ଜନ୍ମଦିନ ପାଳନ କରୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 1, 2019, 12:11 PM IST

ହାଇଦ୍ରାବାଦ: ସେଲିବ୍ରିଟିମାନେ ନିଜ ଜନ୍ମଦିନ ସାଧାରଣତଃ ବହୁ ଧୁମଧାମରେ ମନେଇଥାନ୍ତି । ମାତ୍ର ଅନୁଷ୍କା ନିଜ ଜନ୍ମଦିନକୁ ଧୁମଧାମରେ ନୁହେଁ ବରଂ ସ୍ବାମୀ ବିରାଟଙ୍କ ସହ ଏକାନ୍ତରେ ପାଳନ କରିବାକୁ ଚାହୁଁଛନ୍ତି । ଅନୁଷ୍କା ସବୁଥର ନିଜ ଜନ୍ମଦିନ ପାଇଁ କିଛି ସ୍ପେଶାଲ ପ୍ରସ୍ତୁତି କରିଥାନ୍ତି । ଏଥରକ ବି ପ୍ରସ୍ତୁତି କରିଛନ୍ତି ମାତ୍ର ଜନଗହଳିରୁ ବହୁତ ଦୂରରେ, ପୁରା 24ଘଣ୍ଟା ସ୍ବାମୀଙ୍କ ସହ ଜନ୍ମଦିନ ପାଳନ କରିବେ ।

virat kohli
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଅନୁଷ୍କାଙ୍କ ଜନ୍ମଦିନ ଥିବାରୁ ଆଇପିଏଲରେ ଆରସିବିର ମ୍ୟାଚକୁ ମେ 1 ବା ଆଜିର ଦିନରେ ରଖିବାକୁ ମନା କରିଥିଲେ ବିରାଟ । ପୁରା ଦିନ ସେ ଅନୁଷ୍କାଙ୍କ ସହ ରହିବେ । ତେବେ ସୂତ୍ରରୁ ଖବର ମିଳିଛି କି, ଅନୁଷ୍କା ଓ ବିରାଟ ବେଙ୍ଗାଲୁରୁରେ ଅଛନ୍ତି । ଏହାସହ ସ୍ପେଶାଲ ଡିନରର ବନ୍ଦୋବସ୍ତ କରାଯାଇଛି । ଡିନର ରାନ୍ଧିଲାବେଳେ କୌଣସି ମେସିନର ବ୍ୟବହାର କରାଯିବନି ଓ ମସଲାକୁ ହାତରେ କୁଟାଯିବ । ଡିନର ସମୟରେ କେବଳ ବିରାଟ ଓ ଅନୁଷ୍କା ହିଁ ଉପସ୍ଥିତ ରହିବେ ।

ତେବେ ଜନ୍ମଦିନରେ ଅନୁଷ୍କାଙ୍କ ବିଷୟରେ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅନୁଷ୍କାଙ୍କ ଜେଜେମାଁଙ୍କ କହିବା କଥା ବିରାଟ ଓ ଅନୁଷ୍କା ପରସ୍ପରକୁ ଛୋଟ ବେଳୁ ଜାଣିଥିଲେ ଓ ପରସ୍ପରକୁ ବହୁତ ଆଗରୁ ଭଲ ପାଉଥିଲେ ମାତ୍ର କେହି କାହାକୁ କହିପାରିନଥିଲେ । ତେବେ ଶେଷର ଡିସେମ୍ବର 2017ରେ ପରସ୍ପରର ହାତ ଧରିଥିଲେ ।

Intro:Body:

shreemayee

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.