ETV Bharat / sitara

କୋରୋନା ଫାଇଟ୍: 3 କୋଟି ଦାନ କଲେ ବିରୁଷ୍କା

ସାମ୍ନାକୁ ଆସିଯାଇଛି ବିରାଟ କୋହିଲ ଓ ଅନୁଷ୍କା ଶାର୍ମାଙ୍କ ଦାନ ରାଶି । ଅକ୍ଷୟ କୁମାର 25 କୋଟି ଦାନ କରିଥିବା ବେଳେ ଏହି ଯୋଡି 3 କୋଟି ଦାନ କରିଛନ୍ତି।

author img

By

Published : Mar 30, 2020, 3:03 PM IST

anushka sharma
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

ମୁମ୍ବାଇ: କୋରୋନା ଭାଇରସ ସହ ଲଢିବା ପାଇଁ ପ୍ରଧାମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅନେକ ସେଲିବ୍ରିଟି ଦାନ କରିସାରିଛନ୍ତି । ଖିଲାଡି ଅକ୍ଷୟ କୁମାର 25 କୋଟି ଦାନ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ସାଜିଛନ୍ତି। ଅକ୍ଷୟଙ୍କ ବ୍ୟତୀତ ଏହି ତାଲିକାରେ ସାମିଲ ଅଛନ୍ତି ବି-ଟାଉନର ବିରୁଷ୍କା। ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ କ୍ୟାପ୍ଟେନ ବିରାଟ କୋହିଲ ମଧ୍ୟ ଏହି ଫଣ୍ଡକୁ ଦାନ କରିଛନ୍ତି। ହେଲେ ସେ ଗୋପନୀୟତାରେ ଦାନ କରିଥିଲା । ଇତିମଧ୍ୟରେ ଦୁଇଜଣ କେତେ ରାଶି ଦାନ କରିଛନ୍ତି ତାର ଖୁଲାସା ହୋଇଯାଇଛି।

ଏହି ଯୋଡି 3 କୋଟି ଟଙ୍କା ଦାନ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି। ଏହାର ସୂଚନା ଦୁଇଜଣଙ୍କ ସମ୍ପର୍କୀୟଙ୍କ ଠାରୁ ମିଳିଛି। ଏହି ଦାନ ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଣ୍ଡକୁ ଦିଆଯାଇଛି।

ପ୍ରକାଶ ଥାଉକି ଏହି ଯୋଡି ବ୍ୟତୀତ ହ୍ରିତିକ ରୋଶନ, ବରୁଣ ଧୱନ, କପିଲ ଶର୍ମା, ମନୀଷ ପଲ ସହ ଅନେକ କଳାକାର ଦାନ କରିସାରିଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.