ETV Bharat / sitara

କେରଳରେ ଗର୍ଭବତୀ ହାତୀ ହତ୍ୟା: ରାଗିଲା ବି-ଟାଉନ - ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ଚର୍ଚ୍ଚାରେ ଅନୁଷ୍କା ଶର୍ମା ଓ ରଣଦୀପ ହୁଡ୍ଡା । ଏଥର ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉଠାଇଲେ ଏହି ଷ୍ଟାର୍ସ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 3, 2020, 4:07 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ଅନୁଷ୍କା ଶର୍ମା ସବୁବେଳେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ନିଜ ପ୍ରତିକ୍ରିୟା ରଖନ୍ତି । ଏବେ ସେ ପୁଣି ଥରେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ । ନିକଟରେ କେରଳର କିଛି ଲୋକ ଏକ ଗର୍ଭବତୀ ହାତୀକୁ ବାଣ ପରିପୂର୍ଣ୍ଣ ଖାଦ୍ୟ ଖାଇବାକୁ ଦେଇଥିଲେ । ଯନ୍ତ୍ରଣା ଯୋଗୁ ଗର୍ଭବତୀ ହାତୀ ତିନି ଦିନ ପାଣିରେ ଠିଆ ହୋଇ ରହିଥିଲା । ବାଣ ଦ୍ବାରା ହାତୀର ପାଟିରେ କ୍ଷତ ହେବା ସହ ଓ ଦାନ୍ତ ଭାଙ୍ଗିଯାଇଥିଲା । ପରିଶେଷରେ ସେ ଆଖି ବୁଝିଦେଇଥିଲା । ଏହାସହ ତା ପେଟରେ ଥିବା ହାତୀ ଛୁଆର ମଧ୍ୟ ମୃତ୍ୟୁ ଘଟିଛି । ଏହି ଘଟଣାକୁ ନିନ୍ଦା କରିଛନ୍ତି କିଛି ସେଲିବ୍ରିଟି ।

photo
ଡିଜାଇନ ଫଟୋ

ଏହି ଖବରକୁ ଅନୁଷ୍କା ଇନଷ୍ଟାଷ୍ଟୋରିରେ ସେୟାର କରି ଲେଖିଛନ୍ତି, ‘ପଶୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଆମକୁ ଆହୁରି କଠୋର ଆଇନ ତିଆରି କରିବାକୁ ହେବ ।’

ଅନୁଷ୍କାଙ୍କ ବ୍ୟତୀତ ହ୍ୟାଣ୍ଡସମ ଆକ୍ଟର ରଣଦୀପ ହୁଡ୍ଡା ଟ୍ବିଟ କରି ଲେଖିଛନ୍ତି, ‘ଏହା କେତେ ଯନ୍ତ୍ରଣାଦାୟକ । ବାଣ ମିଶା ଖାଦ୍ୟ ହାତୀକୁ ଖାଇବାକୁ ଦେବେ କେତେ ଦୂର ଠିକ୍ ? ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ।’

ପ୍ରକାଶ ଥାଉକି ଏହି ଘଟଣାଟି କେରଳର ମାଲାପୁରମର । ଯେତେବେଳେ ଜଙ୍ଗଲ ବିଭାଗର ଜଣେ ଅଧିକାରୀ ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.