ETV Bharat / sitara

ପିଏମଙ୍କ ଲକଡାଉନ ଘୋଷଣା ପରେ ଅନୁରାଗଙ୍କ ଅସନ୍ତୋଷଭରା ଟ୍ବିଟ - କୋରୋନା ଭାଇରସ ସଂକ୍ରମଣ

ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ନିର୍ମାତା ଅନୁରାଗ କଶ୍ୟପ। ପୁଣି ନୂଆ ଟ୍ବିଟ କରି ଆସିଛନ୍ତି ଚର୍ଚ୍ଚାରେ।

anurag kashyap
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Mar 25, 2020, 2:57 PM IST

ମୁମ୍ବାଇ: କୋରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପିଏମ ମୋଦି 21 ଦିନ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରିଦେଇଛନ୍ତି। ମଙ୍ଗଳବାର ଏହାର ଘୋଷଣା ହେଲା ପରେ ଜନସାଧାରଣଙ୍କ ଭିଡ ହଠାତ୍ ରାସନ ଦୋକାନରେ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ପିଏମଙ୍କ ଏହି ନିଷ୍ପତ୍ତିକୁ ଦେଶବାସୀଙ୍କ ସହ ସ୍ବାଗତ ଜଣାଇଥିଲେ । ହେଲେ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟାପ କିଛି ଜିନିଷକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ସେ ଟ୍ବିଟ କରି ଲେଖିଛନ୍ତି, ‘ରାତି 8ଟା ଅପେକ୍ଷା ସକାଳ 8ରେ ଘୋଷଣା କରିଥାଆନ୍ତ। 4ଟାରେ କହିଦେଇଥିଲେ ବ୍ୟବସ୍ଥା କରିନେଇଥାଆନ୍ତୁ । ସବୁବେଳେ ରାତି 8ଟାରେ କହୁଛ ଆଉ ସମୟ ଦେଉଛ ମାତ୍ର 4 ଘଣ୍ଟାର। ସେମାନଙ୍କ କଣ ହେବ ଯେଉଁମାନେ ଚାଲି ଚାଲି ନିଜ ଘରକୁ ଯାଉଛନ୍ତି ସହର ଛାଡି। କାରଣ ଦେଶରେ ଟ୍ରେନ ଚାଲୁନାହିଁ। ଏବେ ଆଉ କଣ କହିବୁ। ଠିକ୍ ଅଛି ପ୍ରଭୁ।’

ଏହା ବ୍ୟତୀତ ସେ ପିଏମଙ୍କୁ ଆଉ ଏକ ଟ୍ବିଟରେ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । କଥାଟି ହେଲା ଯେ ଏକ ଟ୍ବିଟରେ ପିଏମ ମୋଦି ଲୋକଙ୍କୁ ଭୟ ନକରିବାକୁ କହିଥିଲେ । ଆବଶ୍ୟକ ଜିନିଷର ଅଭାବ ହେବ ନାହିଁ ବୋଲି ପ୍ରତିଜ୍ଞା ମଧ୍ୟ କରିଥିଲେ । ଏହି ଟ୍ବିଟରେ ଅନୁରାଗ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.