ETV Bharat / sitara

ଟ୍ବିଟରରେ ଖସିଲା ଫଲୋୱର୍ସ ସଂଖ୍ୟା, ଅଭିଯୋଗ ଆଣିଲେ ଅନୁରାଗ - ଫେମସ ନିର୍ମାତା ଅନୁରାଗ କଶ୍ୟପଙ୍କ ନୂଆ ଟ୍ବିଟ

ପାଖାପାଖି 4 ମାସ ଟ୍ବିଟର ଛାଡିବା ପରେ ନିକଟରେ ଟ୍ବିଟରରେ ସମ୍ପୃକ୍ତ ହୋଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ କମିଲା ଫଲୋୱର୍ସ ସଂଖ୍ୟା । ଅସନ୍ତୋଷ ପ୍ରକାଶ କଲେ ସେ । ସିଏଏ ବିରୋଧ ପ୍ରଦର୍ଶନ ହୋଇପାରେ ଏହାର ବଡ କାରଣ...

anurag kashyap
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁରାଗ କଶ୍ୟପ ଫ୍ୟାନକ୍ଲବ
author img

By

Published : Dec 23, 2019, 8:05 PM IST

ମୁମ୍ବାଇ: ବି-ଟାଉନର ଫେମସ ନିର୍ମାତା ଅନୁରାଗ କଶ୍ୟପ ସବୁବେଳେ ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଫିଲ୍ମ ବ୍ୟତୀତ ରାଜନୈତିକ, ସାମାଜିକ ପ୍ରସଙ୍ଗରେ ମଧ୍ୟ ନିଜ ପ୍ରତିକ୍ରିୟା ଦେବାକୁ କେବେ ଭୁଲନ୍ତି ନାହିଁ । ବର୍ତ୍ତମାନ ଦେଶରେ ସଂଶୋଧିତ ନାଗରିକତା ଆଇନ ବିରୋଧକୁ ନେଇ ପରିସ୍ଥିତି ଅସମ୍ଭାଳ। ଏହି ବିରୋଧ ପ୍ରଦର୍ଶନରେ କିଛି ବଲିଉଡ ଷ୍ଟାର୍ସ ସମର୍ଥନ ମଧ୍ୟ କରୁଥିବାର ଦେଖାଯାଉଛନ୍ତି । ଏହି କ୍ରମରେ ଅଛନ୍ତି ଅନୁରାଗ। ସେ ସୋସିଆଲ ମିଡିଆରେ ସିଏଏ ଓ ଏନଆରସି ବିରୋଧରେ କରିଥିଲେ ପ୍ରଦର୍ଶନ। ଯାହାପରେ ତାଙ୍କ ଟ୍ବିଟର ଆକାଉଣ୍ଟରୁ ଫୋଲୱର୍ସଙ୍କ ସଂଖ୍ୟା ହଠାତ୍ ଖସିଯାଇଛି ।

ସେ ଟ୍ବିଟ କରି ତାଙ୍କ ଫୋଲୱର୍ସଙ୍କ ସଂଖ୍ୟା କମିବାର ଅଭିଯୋଗ ଆଣିଛନ୍ତି । ଅନୁରାଗଙ୍କ 5 ଲକ୍ଷ ଫଲୋୱର ଖସି 76 ହଜାର ହୋଇଯାଇଛନ୍ତି । ଯାହାର ଏକ ସ୍କ୍ରିନ ସଟ ନେଇ ଅନୁରାଗ ଏକ ଟ୍ବିଟ କରି ଲେଖିଛନ୍ତି, ‘ଟ୍ବିଟର ଇଣ୍ଡିଆ ମୋ ଫଲୋୱର୍ସଙ୍କ ସଂଖ୍ୟା କମ କରିଛନ୍ତି।’

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଅନୁରାଗ ଟ୍ବିଟରକୁ ଫେରିଥିଲେ । ପାଖାପାଖି 4 ମାସ ପୂର୍ବେ ସେ ଟ୍ବିଟର ଛାଡି ଦେଇଥିଲେ। ଆଉ ସେହି ସମୟରେ ସେ କହିଥିଲେ କି ଯେତେବେଳେ ଆପଣଙ୍କ ପରିବାରକୁ ଫୋନ ଆସୁଛି, ଆପଣଙ୍କ ଝିଅକୁ ଅନଲାଇନ ଧମକ ମିଳୁଛି ତେବେ ଆପଣ ବୁଝିଯିବା କଥା କି କେହି ଆପଣଙ୍କ ସହ କଥାବାର୍ତ୍ତା କରିବାକୁ ପସନ୍ଦ କରୁନାହାଁନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.