ETV Bharat / sitara

ଅନୁରାଗଙ୍କ ବଡ ନିଷ୍ପତ୍ତି, ନିଲାମ କରିବେ ଟ୍ରଫି

author img

By

Published : May 22, 2020, 1:05 AM IST

କୋରୋନା ବିରୋଧ ଲଢେଇ ପାଇଁ ଯୋଗଦାନ ଦେବାକୁ ଯାଉଛନ୍ତି ଅନୁରାଗ କଶ୍ୟପ । ବଡ ଘୋଷଣା କରି ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ...

ଫଟୋ ସୌଜନ୍ୟ: ଇଷ୍ଟାଗ୍ରାମ@ଅନୁରାଗ କଶ୍ୟପ
ଫଟୋ ସୌଜନ୍ୟ: ଇଷ୍ଟାଗ୍ରାମ@ଅନୁରାଗ କଶ୍ୟପ

ମୁମ୍ବାଇ: ଭାରତରେ ବଢିବାରେ ଲାଗଛି କୋରୋନା ସଂକ୍ରମିତ ସଂଖ୍ୟା । ବର୍ତ୍ତମାନ ଦେଶରେ ଏବେ କୋରୋନା ଟେଷ୍ଟ କିଟ୍ସର ଅଭାବ ଦେଖାଦେଲାଣି । ଏହାର ସହଯୋଗରେ ଏବେ ସାମ୍ନାକୁ ଆସିଛିନ୍ତି ବିଶିଷ୍ଟ ନିର୍ମାତା ଅନୁରାଗ କଶ୍ୟପ । ସେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଯାହାର ଚର୍ଚ୍ଚା ସବୁ ମହଲରେ । ସେ ନିଜର ଫିଲ୍ମଫେୟାର ଟ୍ରଫି ନିଲାମ କରିବାକୁ ଯାଉଛନ୍ତି । ଆଉ ଏଥିରୁ ଆୟ କରିବା ଧନରାଶିଙ୍କୁ ସେ କୋରୋନା ଟେଷ୍ଟ କିଟ୍ସ କିଣିବାରେ ବ୍ୟବହାର କରିବେ। ହଲିଉଡରେ ପୂର୍ବରୁ ଏମିତି ହୋଇଆସୁଛି । ହେଲେ ବଲିଉଡରେ ପ୍ରଥମଥର ଏମିତି କରିବାକୁ ଯାଉଛନ୍ତି ଅନୁରାଗ ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅନୁରାଗ କଶ୍ୟପ

ସେପଟେ ତାଙ୍କ ସହ ନିର୍ମାତା ବରୁଣ ଗ୍ରୋବର ମଧ୍ୟ ନିଜର ଆୱାର୍ଡ ନିଲାମ କରିବାରେ ନିଷ୍ପତ୍ତି ନେଇଛନ୍ତି । ଏକ ଟ୍ବିଟ କରି ଅନୁରାଗ ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଜଣାଇଛନ୍ତି ଯେ ତାଙ୍କୁ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ ୱାସେପୁର’ରୁ ମିଳିଥିବା ବେଷ୍ଟ ଫିଲ୍ମଫେୟାର କ୍ରିଟିକ୍ସ ଆୱାର୍ଡର ଟ୍ରଫି ନିଲାମ କରିବାକୁ ଚାହୁଁଛନ୍ତି । ଯିଏ ସବୁଠାରୁ ଅଧିକ ମୂଲ୍ୟ ଦେବେ ଏହି ଟ୍ରଫି ତାଙ୍କୁ ମିଳିବ। ଗୋଟିଏ ମାସରେ 13 ଲକ୍ଷରୁ ଅଧିକା ଟଙ୍କା ଏକାଠି କରିବାର ଯୋଜନା ଅଛି ।

ଆଉ ବରୁଣ ମଧ୍ୟ ଟ୍ରଫି ସେୟାର କରି ଲେଖିଛନ୍ତି ଯେ ସେ ନିଜର TOIFA ଟ୍ରଫି ନିଲାମ କରିବେ । ଯାହା ତାଙ୍କୁ 2015ରେ ରିଲିଜ ହୋଇଥିବା ଫିଲ୍ମ ‘ଦମ ଲଗାକେ ହଇଶା’ ଓ ଗୀତ ‘ମୋହ ମୋହ କେ ଧାଗେ’ ପାଇଁ ମିଳିଥିଲା ।

ପ୍ରକାଶ ଥାଉକି କୋରୋନା ଟେଷ୍ଟ କିଟର ମୂଲ୍ୟ 1.2 ଲକ୍ଷ ସହ ଜିଏସଟି । ଏମିତିରେ ଏହି ଦୁଇ ନିର୍ମାତାଙ୍କ ଉଦ୍ଦେଶ୍ୟ ହେଲା ଯେ ସେ ପାଖାପାଖି 5 ଟେଷ୍ଟ କିଟ କିଣିବା । ଯାହାଦ୍ବାରା 100 ଲୋକଙ୍କ ଟେଷ୍ଟ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.