ETV Bharat / sitara

କର୍କଟ ପୀଡିତ ପତ୍ନୀଙ୍କୁ ‘ଫାଇଟର’ କହିଲେ ଅନୁପମ - anupam-wife-kirron-blood-cancer

କର୍କଟ ରୋଗରେ ପୀଡିତ କିରନ ଖେର । ଜଣାଇଲେ ପରିବାର ଲୋକ ସ୍ବାମୀ ଏବଂ ପୁଅ । ଅଧିକ ପଢନ୍ତୁ...

anupam-kher-confirms-wife-kirron-khers-blood-cancer-diagnosis-see-post
କର୍କଟ ପିଡୀତ ପତ୍ନୀଙ୍କୁ ‘ଫାଇଟର’ କହିଲେ ଅନୁପମ
author img

By

Published : Apr 1, 2021, 6:40 PM IST

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ବିଜେପିର ଚଣ୍ଡୀଗଡ ସାଂସଦ କିରନ ଖେରଙ୍କ ପ୍ରଶଂସକଙ୍କ ପାଇଁ ନୈରାଶ୍ୟଜନକ ଖବର । ଶୁଣିବାକୁ ମିଳୁଛି ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଃଖ ଖବରର ସୂଚନା ଅଭିନେତ୍ରୀ ଏବଂ ତାଙ୍କ ପରିବାର ଦ୍ବାରା ଦିଆଯାଇଛି ।

ଖବର ଅନୁଯାୟୀ, କିରନଙ୍କୁ ମଲ୍ଟିପଲ ମାଇଲୋମା, ଯାହା ଏକ ପ୍ରକାର ରକ୍ତ କର୍କଟ ରୋଗ । ଯେଉଁଥିରେ ସେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି ।

ଯାହା ପରେ ଏବେ ସ୍ବାମୀ ତଥା ଅଭିନେତା ଅନୁପମ ଖେର ଟ୍ବିଟ୍ କରି ଲେଖିଛନ୍ତି, ଗୁଜବ ପ୍ରଚାର ନହେବା ପାଇଁ ମୁଁ ଏହାକୁ ସେୟାର କରୁଛି । ମୁଁ ଏବଂ ସିକନ୍ଦର ଏହା ଜଣାଇବାକୁ ଚାହୁଁଛୁ କିରନଙ୍କୁ ମଲ୍ଟିପଲ ମାଇଲୋମା, ଯାହା ଏକ ପ୍ରକାର ରକ୍ତ କର୍କଟ ରୋଗ । ସେ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଏବଂ ଆମେ ନିଶ୍ଚିତ ଯେ ସେ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବେ । ସେ ସର୍ବଦା ଏକ ଫାଇଟର ରହିଆସିଛନ୍ତି ଏବଂ ଲଢନ୍ତି । କିରଣ ଯାହା କରନ୍ତି ହୃଦୟର ସହିତ କରନ୍ତି ସେଥିପାଇଁ ଲୋକମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ଆପଣମାନେ ଏମିତି ପ୍ରାର୍ଥନା କରୁଥାନ୍ତୁ ସେ ବହୁତ ଶୀଘ୍ର ଠିକ୍ ହୋଇଯିବେ । ତୁମ ସମସ୍ତଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ।

ଅନୁପମଙ୍କ ଏହି ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ କିରଣଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ।

ମୁଁ ଆପଣଙ୍କୁ କହିବି, କିରଣ ଖେର ଏବଂ ଅନୁପମ 1985 ରେ ବିବାହ କରିଥିଲେ। କିରଣ ଅନୁପମଙ୍କ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ସିକନ୍ଦର ନାଁର ଏକ ସନ୍ତାନ ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.