ETV Bharat / sitara

ଟ୍ରାଜେଡି କୁଇନଙ୍କ ପ୍ରଂଶାସ କରି ଫସିଲେ ଭଜନ ସମ୍ରାଟ ଅନୁପ

author img

By

Published : Aug 5, 2019, 12:00 PM IST

ଅଗଷ୍ଟ 1ରେ ପୁରା ଦେଶ ଲୋକପ୍ରିୟ ଅଭିନେତ୍ରୀ ମୀନା କୁମାରୀଙ୍କ 86ତମ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳୀ ଦେଇଥିଲା । ଇତିମଧ୍ୟରେ ମୀନାଙ୍କ ତୁଳନା ଗୁରୁ ଦତ୍ତଙ୍କ ସହ କରି ସୋସିଆଲ ମିଡିଆରେ ହଟହଟା ଲୋକପ୍ରିୟ ଗାୟକ ଅନୁପ ଜଲୋଟା ।

ଡିଜାଇନ ଫଟୋ

ମୁମ୍ବାଇ: ଭଜନ ସମ୍ରାଟ ଅନୁପ ଜଲୋଟା ଛୋଟ ପରଦାର ରିୟାଲିଟି ଶୋ ‘ବିଗ ବସ ସିଜନ 12’ରେ ଭାଗ ନେଇ ଚର୍ଚ୍ଚାରେ ଆସିଥିଲେ । ଏହାସହ ନିଜ ସଙ୍ଗୀତ ଛାତ୍ରୀ ଜସଲୀନ ମାଥୁରଙ୍କ ସହ ତାଙ୍କ ସମ୍ପର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ଇତିମଧ୍ୟରେ ସେ ପୁଣିଥରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।

କଥାଟି ହେଲା କି ଅନୁପ ଅଗଷ୍ଟ 1ରେ ମୀନା କୁମାରୀଙ୍କ ବର୍ଥଡେ ଆନିଭର୍ସିରୀରେ ଟ୍ବିଟ କରି ଫସି ଯାଇଛନ୍ତି। ତାଙ୍କୁ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ଦେଇ ଅନୁପ ଲେଖିଥିଲେ, ‘‘ଫିମେଲ ଗୁରୁ ଦତ୍ତଙ୍କୁ ସ୍ମରଣ କରୁଛି, ମୀନା କୁମାରୀ ଇଣ୍ଡଷ୍ଟ୍ରିରେ ଶାନଦାର ଯୋଗଗାନ ଦେଇଥିଲେ । ’’ ତାଙ୍କର ଏହି ଟ୍ବିଟ ଭାଇରାଲ ହେବା ମାତ୍ରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

twitter
ଫଟୋ ସୌଜନ୍ୟ: ଟ୍ବିଟର@ଅନୁପମ ଜଲୋଟା

ଅନେକ ୟୁଜର୍ସ ତାଙ୍କୁ କମେଣ୍ଟ କରି ଲେଖିଛନ୍ତି ଯେ ମୀନା କୁମାର ଜଣେ ବଡ ଅଭିନେତ୍ରୀ ଏବଂ ତାଙ୍କ ତୁଳନା ଗୁଗୁ ଦତ୍ତ ସାହେବଙ୍କ ସହ କରିବା ଠିକ କଥା ନୁହେଁ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘‘ମାନା କୁମାରୀ ଗୁରୁ ଦତ୍ତ କାହିଁକି ? ତାଙ୍କୁ ତାଙ୍କ ଉପଲବ୍ଧି ପାଇଁ ସ୍ମରଣ କରାଯାଉଛି । ଆଉ ତାଙ୍କ ସ୍ମରଣ କରିବାକୁ ଜଣେ ପୁରୁଷଙ୍କ ସହ ତୁଳନା କରିବା ଠିକ କଥା ନୁହେଁ । ’’

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.