ETV Bharat / sitara

‘ବଚ୍ଚନ ପାଣ୍ଡେ’ ପରେ ‘ଇକ୍କା’, ଡବଲ ରୋଲରେ ଖିଲାଡି - ଇକ୍କା

ଅକ୍ଷୟ କୁମାର ଏମିତି ଅଭିନେତା ଯିଏ ଗୋଟିଏ ବର୍ଷରେ 4ରୁ 5ଟି ଫିଲ୍ମ ସାଇନ କରନ୍ତି । ଆଉ ତାଙ୍କର ଏହି ସବୁ ଫିଲ୍ମ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୁଏ । ଏବର୍ଷ ମଧ୍ୟ ତାଙ୍କ ହାତରେ ଅନେକ ଫିଲ୍ମ ଅଫର ।

ଡିଜାଇନ ଫଟୋ
author img

By

Published : Jul 30, 2019, 11:49 PM IST

ମୁମ୍ବାଇ: ଆଉ କିଛି ମାସ ପରେ 52 ବର୍ଷରେ ପାଦ ଥାପିବେ ଖିଲାଡି ଅକ୍ଷୟ କୁମାର । ଅକ୍ଷୟ କ୍ୟାରିୟର ଆରମ୍ଭରୁ ହିଁ ବଲିଉଡର ତିନି ଖାନଙ୍କୁ ଏକୁଟିଆ ଟକ୍କର ଦେଇଆସୁଛନ୍ତି । ଏବେ ସେ ନବାଗତ ଷ୍ଟାର୍ସଙ୍କ ଉପରେ ମଧ୍ୟ ଭାରି ପଡିବାରେ ଲାଗିଛନ୍ତି । ଏବର୍ଷ ଆରମ୍ଭ ଫିଲ୍ମ ‘କେସରୀ’ରୁ କରିସାରିଥିବା ଅକ୍ଷୟଙ୍କ ପାଖରେ ଅନେକ ଫିଲ୍ମ ଅଫର ରହିଅଛି । ‘କେସରୀ’ ପରେ ଏବେ ସେ ବହୁ ପ୍ରତିକ୍ଷିତ ଫିଲ୍ମ ‘ମିଶନ ମଙ୍ଗଲ’ ପୁଣି ‘ହାଉସଫୁଲ 4’ ଏବଂ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଗୁଡ ନ୍ୟୁଜ’ରେ ନଜର ଆସିବେ ଅକ୍କି ।

ଏହାସହ ଆସନ୍ତା ବର୍ଷ ଆକ୍ସନ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଜରିଆରେ ବର୍ଷ ଆରମ୍ଭ କରିବେ ଅକ୍ଷୟ । ଏହାପରେ ସେ ‘ଲକ୍ଷ୍ମୀବମ୍ବ’ ଆଣି ଦର୍ଶକଙ୍କ ପାଖରେ ପହଞ୍ଚିବେ । ଇତିମଧ୍ୟରେ ଅକ୍ଷୟ ଆଉ ଏକ ତାମିଲ ଫିଲ୍ମ ‘ଭୀରମ’ର ହିନ୍ଦୀ ରିମେକରେ ସାଇନ କରିନେଇଛନ୍ତି । ଯାହାର ହିନ୍ଦୀ ଟାଇଟେଲ ‘ବଚ୍ଚନ ପାଣ୍ଡେ’ ରଖାଯାଇଛି ।

ଖାଲି ଏତିକି ନୁହେଁ ସେ ଆଉ ଏକ ତାମିଲ ଫିଲ୍ମର ହିନ୍ଦୀ ରିମେକ କରିବାକୁ ଗ୍ରୀନ ସିଗନାଲ ଦେଇସାରିଲେଣି । ଆଜ୍ଞା ହଁ, ଏହି ତାମିଲ ରିମେକକୁ ‘ମିଶନ ମଙ୍ଗଲ’ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରୁଥିବା ନିର୍ଦ୍ଦେଶକ ଜଗନ ଶକ୍ତି ତିଆରି କରିବେ । ଯାହାର ଘୋଷଣା ଜଗନ କରିଛନ୍ତି ।

ପ୍ରକାଶ ଥାଉକି ଏହି ଫିଲ୍ମଟି ସାଉଥର ସୁପରଷ୍ଟାର ବିଜୟଙ୍କ ପିଲ୍ମ ‘କତ୍ଥୀ’ । 2017ରେ ଆସିଥିବା ଏହି ଫିଲ୍ମରେ ବିଜୟ ଡବଲ ରୋଲରେ ନଜର ଆସିଥିଲେ । ଏହି କ୍ରମରେ ଏବେ ଏହାର ହିନ୍ଦୀ ରିମେକରେ ଅକ୍ଷୟ ଡବଲ ରୋଲରେ ଦେଖାଯିବେ । ଫିଲ୍ମରେ କୃଷକଙ୍କ କାହାଣୀ ପର୍ଯ୍ୟବେଶିତ ହେବ । ଯାହାକୁ ନ୍ୟାୟ ଦେବାରେ ସାହାଯ୍ୟ କରିବେ ଅକ୍ଷୟ । ଏହି ଫିଲ୍ମର ହିନ୍ଦୀ ରିମେକ ଟାଇଟେଲ ‘ଇକ୍କା’ ରଖାଯାଇଛି । ସ୍କ୍ରିପ୍ଟ କାର୍ଯ୍ୟ ମଧ୍ୟ ଶେଷ ହୋଇସାରିଲାଣି । ‘ସୂର୍ଯ୍ୟବଂଶୀ’ ଓ ‘ଲକ୍ଷ୍ମୀବମ୍ବ’ ସୁଟିଂ ଶେଷ ହେଲା ପରେ ଅକ୍ଷୟ ‘ଇକ୍କା’ର ସୁଟିଂ ଆରମ୍ଭ କରିବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.