ମୁମ୍ବାଇ: ଭାଲେଣ୍ଟାଇନ୍ ଡେ’ ସେଲିବ୍ରେଟ କରିବାକୁ ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ବୟଫ୍ରେଣ୍ତ ବିକି ଜୈନ ନିକଟରେ ମୁମ୍ବାଇ ଛାଡିଛନ୍ତି । ଦୁହେଁ ଏକାଠି ଏକ ରୋମାଣ୍ଟିକ ଛୁଟି ଉପରଭୋଗ କରିବା ପାଇଁ ବାହାରକୁ ଯାଇଛନ୍ତି ।
ଏବେ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ବିମାନରେ ଯାଉଥିବାର ଦେଖିବାକୁ ମିଳିଛି ।
ଭିଡିଓ ସେୟାର କରି କ୍ୟାପସନରେ ଅଙ୍କିତା ଲେଖିଥିଲେ, 'ଏନ୍ରୋଏଟ୍', ଏକ ଫ୍ଲାଇଟର ଇମୋଜି ଏବଂ ପରେ 'ବାଏ' ଲେଖିଛନ୍ତି ।
ଏଥିସହିତ ଅଙ୍କିତା ତାଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଜେଟ ବ୍ରିଜରେ ପୋଜ୍ କରୁଥିବାର ନଜର ଆସିଛନ୍ତି ।
ବିକି ଏବଂ ଅଙ୍କିତା ଗତ କିଛି ବର୍ଷ ଧରି ରିଲେସନସିପରେ ଅଛନ୍ତି। ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ।
ପ୍ରକାଶ ଥାଉ ଯେ, ଅଙ୍କିତାଙ୍କୁ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ଫିଲ୍ମ 'ମଣିକର୍ଣ୍ଣିକା'ରେ ଦେଖିବାକୁ ମିଳିଥିଲା ।