ETV Bharat / sitara

ଅନୀଲଙ୍କୁ ପ୍ରଶଂସା କଲେ କ୍ରୀଡାମନ୍ତ୍ରୀ

ଏବେ ଅନୀଲଙ୍କ ପ୍ରଂଶସାରେ କ୍ରୀଡାମନ୍ତ୍ରୀ କିରନ ରିଜିଜୁ । କହିଲେ, ଆପଣ ଯୁବପିଢ଼ିଙ୍କ ପ୍ରେରଣା । ଅଧିକ ପଢନ୍ତୁ...

Anil shares his cycling video, gets praises from Sports Minister
ଅନୀଲଙ୍କୁ ପ୍ରଶଂସା କଲେ କ୍ରୀଡାମନ୍ତ୍ରୀ
author img

By

Published : Dec 6, 2020, 6:31 PM IST

ନୂଆଦିଲ୍ଲୀ: ବଲିଉଡର ଅଲଟାଇମ ହ୍ୟାଣ୍ଡସମ ତଥା ତାରକା ଅନୀଲ କପୁର ନିଜ ଦମଦାର ଅଭିନୟରେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ଏଥିସହ ସେ ନିଜ ଫିଟନେସ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ଆଜି ବି ସେ ନିଜ ଫିଟନେସକୁ ନେଇ ସମସ୍ତ ଯୁବପିଢ଼ିଙ୍କ ପ୍ରେରଣା ପାଲଟିଛନ୍ତି ବଲିଉଡର ମିଷ୍ଟର ଇଣ୍ଡିଆ ।

ନିକଟରେ, ଅନୀଲ କପୁର ତାଙ୍କ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଚଣ୍ଡିଗଡର ସଡକରେ ନିଜ ଫିଟନେସ ପାଇଁ ସକାଳୁ ଦ୍ରୁତ ଗତିରେ ସାଇକେଲ ଚଲାଉଥିବା ଦେଖିବାକୁ ମିଳିଛି ।

ଅନୀଲ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, କାର୍ଡିଓ ଏବଂ ଫିଟନେସ ପାଇଁ ଏହା ମୋର ପସନ୍ଦ । ଯାହାପରେ ଅନୀଲଙ୍କ ଏହି ଭିଡିଓକୁ ଦେଖିବା ପରେ କ୍ରୀଡାମନ୍ତ୍ରୀ କିରନ ରିଜିଜୁ ତାଙ୍କୁ ପ୍ରଶଂସା କରି ଲେଖିଛନ୍ତି, କ୍ୟା ବାତ ହେଁ ଅନିଲ ଜୀ...ଆପଣ ଯୁବପିଢ଼ିଙ୍କ ପ୍ରେରଣା । ମତେ ଆପଣଙ୍କ ସାଇକେଲର ବଡ ଟାୟାର ବହୁତ ପସନ୍ଦ ଆସୁଛି ।

ଏଥିସହ କିରଣ ନିଜ ଟ୍ବିଟରରେ ଏହାକୁ ରିଟ୍ବିଟ କରିଛନ୍ତି ।

ନିକଟରେ ଅନୀଲ କୋରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ପରେ ସେ ଏହି ଖବରକୁ ଅନୀଲ ଖଣ୍ଡନ କରିଥିଲେ । ସେ ପୁରାପୁରି ସୁସ୍ଥ ଅଛନ୍ତି ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଥିବା ସେ ସୂଚନା ଦେଇଥିଲେ ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଅନୀଲଙ୍କୁ ଜୁଗ୍ ଜୁଗ୍ ଜିୟୋ, ତଖ୍ତ ଭଳି ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.