ETV Bharat / sitara

ହାତରେ ବନ୍ଧୁକ ମୁହଁରେ ହସ, ଦେଖନ୍ତୁ ଅନିଲଙ୍କ ମଲଙ୍ଗ ଲୁକ

author img

By

Published : Jan 4, 2020, 9:54 PM IST

ବହୁ ପ୍ରତୀକ୍ଷିତ ଫିଲ୍ମ ‘ମଲଙ୍ଗ’ ର ଜବରଦସ୍ତ ଟ୍ରେଲର ଆସନ୍ତା 6 ତାରିଖରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ମେକର୍ସ ଫିଲ୍ମର ଗୋଟିଏ ଗୋଟିଏ କରି ପୋଷ୍ଟର ଜାରି କରିବାରେ ଲାଗିଛନ୍ତି।

anil kapoor starrer malang
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ମୁମ୍ବାଇ: ଚର୍ଚ୍ଚିତ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା। ଫିଲ୍ମର ଷ୍ଟାରକାଷ୍ଟଙ୍କ ନାମ ସାମ୍ନାକୁ ଆସିବା ପରଠୁ ଦର୍ଶକ ଫିଲ୍ମର ଗୋଟିଏ ଝଲକ ଦେଖିବାକୁ ଅନାଇ ବସିଥିଲେ। ଦର୍ଶକଙ୍କ ଉତ୍ସାହ ଦେଖି ମେକର୍ସ ମଧ୍ୟ ଶୁକ୍ରବାର ଫିଲ୍ମର ଷ୍ଟାରକାଷ୍ଟଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରିବାରେ ଲାଗିଛନ୍ତି । ପ୍ରଥମେ ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରାୟ କପୁର ଓ ଦିଶା ପାଟନୀଙ୍କ ପୋଷ୍ଟର ଜାରି ହୋଇଥିଲା ।

ଏହାର କିଛି ସମୟ ପରେ ଏହି ଦୁଇଷ୍ଟାରଙ୍କ ବ୍ୟତୀତ ବି-ଟାଉନର ମିଷ୍ଟର ଝକାସ ଅନିଲ କପୁର ଓ କୁନାଲ ଖେମୁଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି କରାଯାଇଥିଲା । ଏହି ଅବସରରେ ଅନିଲ ଟ୍ବିଟରେ ପୋଷ୍ଟର ସେୟାର କରି ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି । ପୋଷ୍ଟରରେ ଅନିଲ ହସ ହସ ଚେହରାରେ ହାତରେ ବନ୍ଧୁକ ଧରିଥିବାର ନଜର ଆସୁଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ‘ଜୀବନ ଭଗବାନଙ୍କ ହାତରେ, ଆଉ ମୋ ହାଥରେ ବନ୍ଧୁକ । ହ୍ୟାଶଟ୍ୟାଗ ମଙ୍ଗଲଫାଷ୍ଟଲୁକ । ଜାନୁଆରୀ 6ରେ ଟ୍ରେଲର ଜାରି ହେବ।’

anil kapoor starrer malang
ଫଟୋ ସୌଜନ୍ୟ: ଟ୍ବିଟର@ଅନିଲ କପୁର

ଏହି ଫିଲ୍ମର ପୋଷ୍ଟରକୁ ନେଇ ଟ୍ବିଟ କରିଛନ୍ତି ସେ। ତାଙ୍କର ଜଣେ ଫ୍ୟାନ କମେଣ୍ଟ କରି ଲେଖିଛନ୍ତି, ‘ଅପେକ୍ଷା କରିହେଉନାହିଁ । ହ୍ୟାଶଟ୍ୟାଗମଲଙ୍ଗଫାଷ୍ଟଲୁକ ସୁନ୍ଦର। ଅନିଲ କପୁର ସାର ଆପଣ ହ୍ୟାଣ୍ଡସମ ନଜର ଦେଖାଯାଉଛନ୍ତି।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.