ମୁମ୍ବାଇ: ଆଜି(ରବିବାର) ବଲିଉଡ଼ର ଲୋକପ୍ରିୟ ନିର୍ଦ୍ଦେଶିକା ତଥା କୋରିଓଗ୍ରାଫର ଫାରହ ଖାନ ୫୭ ବର୍ଷରେ ପାଦ ଥାପିଛନ୍ତି । ଫାରହଙ୍କୁ ବିଭିନ୍ନ ମହଲରୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ବଲିଉଡ଼ ଷ୍ଟାର ଅନିଲ କପୁର, ଶିଳ୍ପା ସେଟ୍ଟୀ ପ୍ରମୁଖ ସୋସିଆଲ ମିଡ଼ିଆ ମାଧ୍ୟମରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଅନେକ ଷ୍ଟାର ନିଜ ଇନଷ୍ଟାଗ୍ରାମ ଜରିଆରେ ଫାରହଙ୍କୁ ବର୍ଥ ଡେ' ୱିସ କରିଛନ୍ତି । ଅଭିନେତ୍ରୀ ଶିଳ୍ପା ଡ୍ୟାନ୍ସ ରିଆଲଟି ଶୋ'ରୁ ଏକ ଭିଡ଼ିଓ ସେୟାର କରି ଫାରହଙ୍କୁ ୱିସ କରିଛନ୍ତି । ଏହାସହିତ ଲେଖିଛନ୍ତି ଯେ," ପ୍ରିୟ ଫାରୁ । ତୁମେ ଏଭଳି ଭାବରେ ସବୁଦିନ ପାଇଁ ଆମକୁ ନଚାଇବା ସହିତ ପ୍ରେମ ଭଲପାଇବା ଓ ହସାଉଥାଅ । ତୁମ ମଧ୍ୟରେ ପରବର୍ତ୍ତୀ ସମୟରେ କୌଣସି ପରିବର୍ତ୍ତନ ଆସିବ ନାହିଁ ।" ଏହି ନୋଟ ସହିତ ସେ ଫାରହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେପଟେ ଅନିଲ କପୁର ଫାରହଙ୍କ ସହିତ ବହୁ ପୁରୁଣା ଫଟୋକୁ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ," ଜନ୍ମଦିନର ଶୁଭେଚ୍ଛା ଫାରହ । ଆମ ବନ୍ଧୁତ୍ବ କେବେ ବି ପରିବର୍ତ୍ତନ ହେବ ନାହିଁ । ତୁମକୁ ମୋ ଜୀବନରେ ବନ୍ଧୁ ଭାବରେ ପାଇଁ ମୁଁ ବହୁତ ଖୁସି । ସବୁବେଳେ ଖୁସିରେ ରୁହ । ଲଭ ୟୁ ପାପାଜି ।"
ମଲାଇକା ମଧ୍ୟ ଫାରହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କୁ ଗତ ୧୯୯୮ ମସିହାରୁ ନଚାଉଥିବାରୁ ମଲାଇକା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟ କଳାକାରମାନେ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଫାରହଙ୍କୁ ୱିସ କରିଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ