ETV Bharat / sitara

NCB ହାତରେ ଆର୍ଯ୍ୟନ-ଅନନ୍ୟା ଚାଟ୍, ପାଲଟା ଅଭିଯୋଗ ଆଣିଲେ କିଙ୍ଗଖାନ୍‌ଙ୍କ ପୁଅ - ଡ୍ରଗ୍ସ କେସ୍

2 ଦିନ ଧରି ଅନନ୍ୟାଙ୍କୁ NCBର ଜେରା । ପ୍ରଶ୍ନବେଳେ ହଡବଡେଇ ହେଲେ ଅନନ୍ୟା, ଅନେକ ପ୍ରଶ୍ନର ଉତ୍ତର ମନେନାହିଁ କହିଲେ । ଅଧିକ ପଢନ୍ତୁ...

NCB ହାତରେ ଆର୍ଯ୍ୟନ-ଅନନ୍ୟା ଚାଟ୍, ପାଲଟା ଅଭିଯୋଗ ଆଣିଲେ ଆର୍ଯ୍ୟନ

author img

By

Published : Oct 23, 2021, 10:18 AM IST

ମୁମ୍ବାଇ: ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଯେତେଥର ଖାରଜ ହେଉଛି, ସେତେଥର ନୂଆ ନୂଆ ତଥ୍ୟ ସାଙ୍ଗକୁ ନୂଆ ଚେହେରା, ନିଶା କାରବାରରେ ଯୋଡି ହେଉଛି । ଏହିକ୍ରମରେ NCB ସ୍କାନରେ ପଡିଛନ୍ତି ନବାଗତା ବଲିଉଡ ହିରୋଇନ୍ ଅନନ୍ୟା ପାଣ୍ଡେ । ଅନନ୍ୟା ଆର୍ଯ୍ୟନଙ୍କ ପାଇଁ ଗଞ୍ଜେଇ ଯୋଗାଡ କରୁଥିଲେ ବୋଲି କୁହାଯାଉଛି ।

ଉଭୟଙ୍କ ହ୍ବାଟ୍ସଆପ୍ ଚାଟ୍ ମେସେଜରୁ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି । ଆର୍ଯ୍ୟନ-ଅନନ୍ୟାଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା କେତେକ ହ୍ବାଟ୍ସଆପ୍ ଚାଟ୍ ମେସେଜ୍ NCB ହାତରେ ଲାଗିଛି, ଯେଉଁଥିରେ କିପରି ଗଞ୍ଜେଇ ଯୋଗାଡ କରିହେବ ସେନେଇ ଉଭୟ ଆଲୋଚନା କରିଛନ୍ତି । ଆର୍ଯ୍ୟନ ମଧ୍ୟ ଅନନ୍ୟାଙ୍କୁ ଡ୍ରଗ୍ସ ପେଡଲର ନମ୍ବର ଦେଇଥିବା ଚାଟରୁ ଜଣାପଡିଛି । କିନ୍ତୁ NCB ଆଗରେ ଏସବୁକୁ ଖଣ୍ଡନ କରିଛନ୍ତି ଅନନ୍ୟା । ଥଟ୍ଟାରେ ଏସବୁ କହିଥିବା ସେ କହିଛନ୍ତି ।

ସୂଚନା ଅନୁଯାୟୀ ଅନନ୍ୟା NCBର ବହୁ ପ୍ରଶ୍ନରେ ହଡବଡେଇ ହୋଇଯାଇଥିଲେ ଅନନ୍ୟା । ଏପରିକି କେତେକ ପ୍ରଶ୍ନରେ ଅନନ୍ୟା କିଛି ମନେନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଦୁଇଦିନ ଧରି NCB ଅନନ୍ୟାଙ୍କୁ ଖୋଳତାଡ କରିବା ପରେ ପୁଣି ସୋମବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ଗତକାଲି(ଶୁକ୍ରବାର) ଅନନ୍ୟାଙ୍କ ଘରେ ରେଡ୍ କରିବା ସହ ତାଙ୍କୁ NCBରେ ହାଜର ହେବାକୁ ସମନ୍ କରିଥିଲା । ଅନନ୍ୟା ତାଙ୍କ ବାପା ତଥା ଅଭିନେତା ଚଙ୍କି ପାଣ୍ଡେଙ୍କ ସହ NCB କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ସେପଟେ ଆର୍ଯ୍ୟନ NCB ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । NCB ତାଙ୍କ ହ୍ବାଟ୍ସଆପ୍ ଚାଟର ଭୁଲ୍ ଉପସ୍ଥାପନ କରୁଥିବା ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ କରିଥିବା ପିଟିସନରେ ଦର୍ଶାଇଛନ୍ତି । ଗତ ବୁଧବାର 20 ରେ ଆର୍ଯ୍ୟନଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ ବମ୍ବେ ସେସନ୍ କୋର୍ଟ । ଏହାପରେ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା 26ରେ ଏନେଇ ଶୁଣାଣି ହେବ । ତେବେ ଆର୍ଯ୍ୟନଙ୍କ 2ୟ ଥର ଜାମିନ ଆବେଦନ ଖାରଜ ହେବାର ପରଦିନ NCB ଅନନ୍ୟା ପାଣ୍ଡେଙ୍କୁ ସମନ୍ ଜାରିକରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.