ETV Bharat / sitara

ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ଫସିଲେ କୁଇନ

author img

By

Published : Feb 8, 2021, 7:12 PM IST

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରି ବିବାଦରେ କୁଇନ । କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକର ଜଣେ ଆଇନଜୀବୀ ଏତଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

An Advocate Files Complaint against Kangana Ranaut in Belagavi
ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରିବାରୁ କଙ୍ଗନାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ସବୁବେଳେ ବିବାଦରେ ରହୁଥିବା କଙ୍ଗନା ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରିବା ସହିତ ଘୃଣାଭାବ ବ୍ୟାପକ କରୁଥିବା ଅଭିଯୋଗ ହୋଇଛି ତାଙ୍କ ନାଁରେ । ଏଥିଲାଗି କର୍ଣ୍ଣାଟକ ବେଲାଗଭୀ ଅଞ୍ଚଳର ଜଣେ ଆଇନଜୀବୀ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ବେଲାଗଭୀ ଅଞ୍ଚଳର ଆଇନଜୀବୀ ହର୍ଷ ବର୍ଦ୍ଧନ ପାଟିଲ ତିଲାକଭାଡୀ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଯାଞ୍ଚ କରିବା ପରେ ମାମଲା ରୁଜୁ କରିବେ ବୋଲି ପୋଲିସ କହିଛି । ହର୍ଷ ବର୍ଦ୍ଧନ 24 ଘଣ୍ଟା ମଧ୍ୟରେ ଆଇପିସି ଧାରା 153, 153(ଏ), 503, 504, 505(1), 505(ବି), 505(ସି), 505(2), 506 ଅନୁସାରେ ମାମଲା ରୁଜୁ କରିବାକୁ ଦାବି କରିଛି ।

  • Sincere request to my nationalist Sikh friends, you all are jaan and Shaan of Bharat, don’t let few handful of terrorists ruin the image of this glorious community. Just like Rajputs Sikhs are Hindu warriors, बात करो तो जोड़ने की तोड़ने की नहीं दोस्तों 🙏 https://t.co/THHilX5VOo

    — Kangana Ranaut (@KanganaTeam) February 6, 2021 " class="align-text-top noRightClick twitterSection" data=" ">

ତିଲାକଭାଡୀ ପୋଲିସ ଷ୍ଟେସନରେ ମାମଲା ରୁଜୁ ନ କରାଗଲେ କଙ୍ଗନାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରାଯିବ ବୋଲି ଆଇନଜୀବୀ ହର୍ଷ କହିଛନ୍ତି । ଏହାସହିତ କଙ୍ଗନାଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.