ETV Bharat / sitara

ଗବ୍ବରଙ୍କ ଶ୍ରାଦ୍ଧବାର୍ଷିକୀ: ଡାଏଲଗ ଶୁଣିଲେ ଆଜି ବି ଥରେ ଛାତି - ମୃତ୍ୟୁବାର୍ଷିକ

ବଲିଉଡର ଗବ୍ବର ସିଂହ ଅମଜଦ୍ ଖାନ୍ । ଆଜି ହେଉଛି ସେହି ମହାନ କଳାକାରଙ୍କ ଶ୍ରାଦ୍ଧବାର୍ଷିକୀ। ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା ।

ଫାଇଲ ଫଟୋ
author img

By

Published : Jul 27, 2019, 2:55 PM IST

ମୁମ୍ବାଇ: ''କିତନେ ଆଦମି ଥେ ରେ କାଲିଆ'', ''ୟେ ହାଥ୍ ହମକୋ ଦେ ଦେ ଠାକୁର'', ''ତେରା କ୍ୟା ହୋଗା କାଲିଆ''। ଦୀର୍ଘ 30 ବର୍ଷ ପରେ ବି ଏହି ଡାଇଲଗ୍ ଶୁଣିଲେ ଥରି ଉଠେ ଦର୍ଶକଙ୍କ ଛାତି । ଆଉ ଏହାକୁ ଜୀବନ୍ତ ରଖିବାରେ ରହିଛି ଗୋଟିଏ ବ୍ୟକ୍ତିର ନାମ ଅମଜଦ୍ ଖାନ୍ ।

ବଲିଉଡର ଗବ୍ବର ସିଂହ ଅର୍ଥାତ୍ ଅମଜଦ୍ ଖାନ୍ । ଜଣେ ସଫଳ ତଥା ଲୋକପ୍ରିୟ କଳାକାର । ନିଜ ଫିଲ୍ମ କ୍ୟାରିୟରରେ ସେ ଉଭୟ ନେଗେଟିଭ୍ ଓ ପଜିଟିଭ୍ ଅଭିନୟ କରିଛନ୍ତି । ଫିଲ୍ମ ‘ସୋଲେ’ର ଗବ୍ବର ଚରିତ୍ର ଆଜି ବି ତାଙ୍କୁ ଦର୍ଶକଙ୍କ ହୃଦୟରେ ଜୀବିତ ରଖିଛି । ଆଜି ହେଉଛି ସେହି ମହାନ କଳାକାରଙ୍କ ଶ୍ରାଦ୍ଧବାର୍ଷିକୀ । ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା ।

ଗବ୍ବର ସିଂହ
ଫାଇଲ ଫଟୋ

ଦିନଥିଲା ବିନା ଖଳନାୟକରେ ଭାରତୀୟ ସିନେମା କଥା ଚିନ୍ତା କରାଯାଉ ନଥିଲା। ଏପରି ବହୁ ଷ୍ଟାର ଖଳନାୟକ ଅଛନ୍ତି ଯେଉଁମାନଙ୍କ ସଫଳତାର ଛାଇରେ ଅଦୃଶ୍ୟ ହୋଇଯାଛନ୍ତି ବହୁ ହିରୋ କିମ୍ବା ହିରୋଇନ । ଆଉ ସେହିଭଳି ଜଣେ ଷ୍ଟାର ହେଉଛନ୍ତି ଅମଜଦ୍ ଖାନ୍ । ରୂପେଲି ପରଦାରେ ତାଙ୍କ ଡାଏଲଗ, ଗମ୍ଭୀର ସ୍ୱର ଓ ଚାଲି ସିନେମା ହଲରେ ଦର୍ଶକଙ୍କ ଛାତି ଥରାଇ ଦେଉଥିଲା ।

ଗବ୍ବର ସିଂହ
ଫାଇଲ ଫଟୋ

ଫିଲ୍ମ ‘ସୋଲେ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଅମଜାଦ୍ । ଏହି ଫିଲ୍ମ ତାଙ୍କୁ ଆଣି ଦେଇଥିଲା ସବୁଠାରୁ ଅଧିକ ଲୋକପ୍ରିୟତା । କିନ୍ତୁ ଖୁବ୍ ଲୋକେ ଏହା ଜାଣିଛନ୍ତି ଯେ, ଏହି ଚରିତ୍ର ପାଇଁ ଅମଜାଦ୍ ପ୍ରଥମ ପସନ୍ଦ ନଥିଲେ । ପ୍ରଥମେ ଏହି ଚରିତ୍ର ପାଇଁ Danny Denzongpaଙ୍କୁ ବଛାଯାଇଥିଲା । ମାତ୍ର ସେ ମନା କରିବାରୁ ଅମଜାଦଙ୍କୁ ଏହି ରୋଲ୍ ଦିଆଯାଇଥିଲା ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଅମଜାଦ୍ ଖାନଙ୍କ ପରିବାରର ମଧ୍ୟ ଫିଲ୍ମ ସହ ପୁରୁଣା ସମ୍ପର୍କ ରହଛି । ଖୁବ୍ କମ୍ ଲୋକ ଏହା ଜାଣିଛନ୍ତି ଯେ, ଅମଜାଦ୍‌ଙ୍କ ପିତା ଜୟନ୍ତ(ଜକାରିୟା ଖାନ) ମଧ୍ୟ ଫିଲ୍ମରେ ଭିଲେନର ରୋଲ୍ କରିଛନ୍ତି ।

ଅମଜଦ୍ ଖାନଙ୍କ କ୍ୟାରିୟର ସମ୍ପର୍କରେ କହିଲେ, ସେ ସୋଲେ ବ୍ୟତୀତ କସମ ଖୁନ୍ କି, ଇନକାର୍, କସ୍‌ମେ ବାଦେ, କାଳିଆ ନସିବ, ୟାରାନା, ସତ୍ତେ ପୈ ସତ୍ତା ଏବଂ ସତରଞ୍ଜ କୈ ଖିଲାଡୀ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଅମଜଦ୍ ଖାନଙ୍କ ଜନ୍ମ 1940 ମସିହା ନଭେମ୍ବର 12 ହୋଇଥିଲା । ହୃଦଘାତରେ 1992 ମସିହା 27 ଜୁଲାଇରେ ତାଙ୍କର ନିଧନ ହୋଇଥିଲା ।

Intro:Body:

TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.