ନୂଆଦିଲ୍ଲୀ: ଦେଶରେ କୋରୋନା ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଏହି ସମୟ ମଧ୍ୟରେ କୋରୋନାରୁ ସୁରକ୍ଷିତ ରହିବା ପାଇଁ ଦେଶବାସୀଙ୍କୁ ବର୍ତ୍ତମାନ ଭ୍ୟାକ୍ସିନ ଦିଆଯାଉଛି । ଯାହାକୁ ନେଇ ଚଳଚ୍ଚିତ୍ର ତାରକାମାନେ ମଧ୍ୟ ଜଣଙ୍କ ପରେ ଜଣେ ଭ୍ୟାକ୍ସିନ ନେବା ଆରମ୍ଭ କରିଦେଇଛନ୍ତି । ପ୍ରଥମ ଡୋଜ ନେବା ପରେ ଅନେକ ତାରକା ଭ୍ୟାକ୍ସିନର ଦ୍ବିତୀୟ ଡୋଜ ମଧ୍ୟ ନେଉଛନ୍ତି ।
- " class="align-text-top noRightClick twitterSection" data="
">
ଆଜି ଅମିତାଭ ବଚ୍ଚନ ମଧ୍ୟ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି । ସେ ସୋସିଆଲ ମିଡିଆରେ ଫଟୋ ସେୟାର କରି ପ୍ରଶଂସକଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି ।
ଫଟୋରେ ବିଗ ବି ସବୁଜ ଟି-ସାର୍ଟ ସହିତ ବ୍ଲାକ୍ ଟ୍ରାକ୍ ପ୍ୟାଣ୍ଟ ପିନ୍ଧି ଏକ ଫେସ ମାସ୍କ ଲଗାଇଥିବାର ଦେଖିବାକୁ ମିଳିଛି ।
ଫଟୋ ସେୟାର କରି ଅମିତାଭ ଲେଖିଛନ୍ତି, ଦୁସରା ବି ହୋ ଗୟା ! କୋଭିଡ୍ ବାଲା, କ୍ରିକେଟ୍ ବାଲା ନେହିଁ ! , କ୍ଷମା କର... ଏହା ଖରାପ ବହୁତ ଥିଲା'। ଏବେ ବିଗ ବି ଙ୍କ ଏହି ଫଟୋ ବହୁତ ଭାଇରାଲ ହେବା ସହିତ ଫଟୋର କ୍ୟାପସନକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।
ପ୍ରକାଶ ଥାଉ ଯେ, ଅମିତାଭ ଗତ ମାସରେ ଏପ୍ରିଲ 1 ରେ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ।