ETV Bharat / sitara

ବିଗ ବିଙ୍କ ଅଜବ ଟ୍ବିଟ, ଖୁସି ହେଲେ ୟୁଜର୍ସ - ସଂଶୋଧିତ ନାଗରିକତା ଆଇନ( ସିଏଏ)

ଭାଇରାଲ ହେଲା ଅମିତାଭ ବଚ୍ଚନଙ୍କ ନୂଆ ଟ୍ବିଟ । ଭିନ୍ନ ଅନ୍ଦାଜରେ ପ୍ରଶଂସକଙ୍କୁ ଦେଲେ ହିଣ୍ଟ ।

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ ଫ୍ୟାନକ୍ଲବ
author img

By

Published : Dec 20, 2019, 7:40 PM IST

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ଦେଶରେ ବର୍ତ୍ତମାନ ଚାଲିଥିବା ସଂଶୋଧିତ ନାଗରିକତା ଆଇନ( ସିଏଏ) ବିରୋଧ ପ୍ରଦର୍ଶନରେ କିଛି ପ୍ରତିକ୍ରିୟା ରଖିନଥିବାରୁ ତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ କିନ୍ତୁ ଅମିତାଭଙ୍କ ଏକ ନୂଆ ଟ୍ବିଟ ଦେଖିବାକୁ ମିଳୁଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଖୁବ୍ ଚାଲିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ସେ ଟ୍ବିଟ କରି ଲେଖିଛନ୍ତି, ‘ ଏଠାରେ ଦୁଇଟି ଗଧିଆ ଅଛନ୍ତି । ଯିଏ ସବୁବେଳେ ପରସ୍ପର ସହ ଲଢନ୍ତି । ଜଣେ ହେଲା ସବୁବେଳେ ଅନ୍ଧାକାରରେ ରହିବା ସହ ନିରାଶ ଥାଏ। ଆଉ ଜଣେ ଆଲୋକ ଏବଂ ଆଶାବାଦୀ । ଏହି ଦୁଇ ଗଧିଆ ମଧ୍ୟରୁ କିଏ ଜିତିବ ? ଯାହାକୁ ଆମେ ଖୁଆଉଛେ ।’

ଅମିତାଭ ଏହି ଟ୍ବିଟକୁ ସୋସିଆଲ ମିଡିଆରେ ୟୁଜର୍ସ ସିଏଏ ବିରୋଧ ପ୍ରଦର୍ଶନ ସହ ସମ୍ପୃକ୍ତ କରିବାରେ ଲାଗିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘କିଛି ନକହି ବହୁତ କିଛି କହିଦେଇଛନ୍ତି ଅମିତାଭ ସାର୍ ।’ ଅନ୍ୟପଟେ ଆଉ ଜଣେ ୟୁଜର ଲେଖିଛନ୍ତି, ‘ଆଲୋକ ଏବଂ ଆଶାବାଦୀ ହିଁ ଜିତିବ । ଭାରତ ଜିତିବ, ରାଷ୍ଟ୍ରବାଦୀର ବିଜୟ ହେବ, ଭାରତର ବିଜୟ ହେବ ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.