ETV Bharat / sitara

ସେଲ୍ଫି ପରେ ଏବେ ଟ୍ବିଟର ନାମକରଣ କଲେ ବିଗ ବି

author img

By

Published : Jan 4, 2020, 5:56 PM IST

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅମିତାଭ ବଚ୍ଚନ ଏବେ ଟ୍ବିଟ କରୁଥିବାର ଲୋକଙ୍କ ହିନ୍ଦୀ ନାମକରଣ କରିଛନ୍ତି । ଗତବର୍ଷ ପୂର୍ବେ ସେ ସେଲ୍ଫିର ହିନ୍ଦୀ ନାମକରଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ।

amitabh bachchan tweeted
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ନିକଟରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ହିନ୍ଦୀ ସିନେମାରେ ଅବିସ୍ମରଣୀୟ ଯୋଗଦାନ ପାଇଁ ତାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଭିନୟ ବ୍ୟତୀତ ସେ ସବୁବେଳେ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ ରୁହନ୍ତି । ଆଉ ପ୍ରାୟ ସବୁ ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ଦେଉଥିବାର ନଜର ଆସନ୍ତି । ସେହିପରି କେବେ କେବେ ସେ ସୋସିଆଲ ମିଡିଆରେ ଏମିତି କମେଡି କରନ୍ତି । ଯାହାକୁ ନେଇ ଖୁବ୍ ହସନ୍ତି ତାଙ୍କ ପ୍ରଶଂସକ । କେବେ ସେ ନିଜ ସୁଟିଂ ସେଟରୁ ଫଟୋ ସେୟାର କରନ୍ତି ତ ଆଉ କେତେବେଳେ କବିତା ଲେଖି ପ୍ରଶଂସକଙ୍କ ସହ ଯୋଡି ହୋଇ ରୁହନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ଏବେ ସେ ମସ୍ତିମଜାକ ମୁଡରେ ନଜର ଆସୁଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ଏକ ଟ୍ବିଟରରୁ ଜଣାପଡିଛି । ନିକଟରେ ସେଲ୍ଫିର ହିନ୍ଦୀ ଅନୁବାଦ କରିବା ପରେ ବର୍ତ୍ତମାନ ସେ ଟ୍ବିଟ କରୁଥିବା ଲୋକଙ୍କ ନୂଆ ନାମକରଣ କରିଛନ୍ତି ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ଯିଏ ଲେଖେ ସେ ଲେଖକ, ଯିଏ ଟ୍ବିଟ ଲେଖେ ସେ ଟ୍ବିଖକ । ତାଙ୍କ ଏହି ଟ୍ବିଟ ପଢି ପ୍ରଶଂସକ ହସି ହସି ବେହାଲ । ତାଙ୍କର ଏହି ମିଜାଜ ମଧ୍ୟ ପ୍ରଶଂସକଙ୍କ ମିଜାଜକୁ କୁଲ୍ କରିଦେଉଛି । ଆପଣ ମଧ୍ୟ ଦେଖନ୍ତୁ ତାଙ୍କର ଏହି ମଜାଦାର ଟ୍ବିଟ...

ପ୍ରକାଶ ଥାଉକି ଏବର୍ଷ ଅମିତାଭଙ୍କ ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି । ତାଙ୍କ ଫିଲ୍ମ ଗୁଲାବୋ ସିତାବୋ, ଚେହେରେ ଭଳି ଫିଲ୍ମ ଦେଖିବାକୁ ଯାଉଛନ୍ତି ଦର୍ଶକ । ଗୁଲାବୋ ସିତାବୋରେ ସେ ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନାଙ୍କ ସହ ଅଭିନୟ କରୁଥିବା ବେଳେ ଚେହେରେରେ ସେ ସିରିୟଲ କିସର ଇମରାନ ହାସମୀଙ୍କ ସହ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.