ମୁମ୍ବାଇ: କୋରୋନା ଭାଇରସରେ ପ୍ରଭାବିତ ଲୋକଙ୍କ ସାହାଯ୍ୟ କରିବା ପାଇଁ ବଲିଉଡ ଇଣ୍ଡଷ୍ଟ୍ରି ଅନେକ କଳାକାର ସାମ୍ନାକୁ ଆସିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ କେୟାର ରିଲିଫ ଫଣ୍ଡରେ ଟଙ୍କା ଦାନ କରି କଳାକାର ଆର୍ଥିକ ସାହାଯ୍ୟ କରୁଛନ୍ତି। ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ସେ 25 କୋଟି ଦାନ କରିଛନ୍ତି । ତାଙ୍କ ଏହି ମହାନ କାର୍ଯ୍ୟର ସମସ୍ତେ ପ୍ରଶଂସା କରୁଥିବା ବେଳେ ତାଙ୍କ ଉପରେ ଟ୍ବିଟ କରିଛନ୍ତି ବିଗ ବି ଅମିତାଭ ବଚ୍ଚନ । ଯାହାକୁ ନେଇ ତାଙ୍କୁ ସୋସିଆଲ ମିଡିଆ ସମାଲୋଚନା କରାଯାଉଛି ।
ସେ ଟ୍ବିଟରେ ଏକ କବିତା ଲେଖିଛନ୍ତି । ଯାହାକୁ ଆଧାର କରି ତାଙ୍କୁ ଟ୍ରୋଲ କରାଯାଉଛି । ୟୁଜର୍ସଙ୍କ ଅନୁଯାୟୀ ଅମିତାଭ ଏପରି ଟ୍ବିଟ କରି ଅକ୍ଷୟଙ୍କୁ ଟାର୍ଗେଟ କରିଛନ୍ତି। ଗୋଟିଏ ପଟେ ତାଙ୍କ ଟ୍ବିଟରୁ ଜଣା ପଡୁଛି ଯେ ସେ ଗୁପ୍ତରେ ଦାନ କରିଛନ୍ତି। ଆଉ ଗୋଟିଏ ପଟେ ଲାଗୁଛି ସେ ଅକ୍ଷୟଙ୍କ ଦାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘କୋରୋନା ମହାମାରୀ ସମୟରେ ଆପଣଙ୍କ ମନରେ ଖରାପ ଅଛି । ଆପଣ କେତେ ଦାନ କରୁଛନ୍ତି ଏହା କହିବାର ଆବଶ୍ୟକ ନାହିଁ। ହେଲେ କିଏ କେତେ ଦାନ କଲା ତାହା ଉପରେ କିଛି କହିବା କଥା ନୁହେଁ।’ ଏହି ପରି ତାଙ୍କ ଟ୍ବିଟରେ ଅନେକ ୟୁଜର୍ସଙ୍କ ଅପମାନଜନକ କମେଣ୍ଟ ଦେଖିବାକୁ ମିଳୁଛି ।