ହାଇଦ୍ରାବାଦ: ପ୍ରଦୂଷଣକୁ ରୋକିବା ପାଇଁ ଟ୍ବିଟ କରି ନିବେଦନ କରିଛନ୍ତି ବିଗ୍-ବି ଅମିତାଭ ବଚ୍ଚନ । ସମସ୍ତଙ୍କୁ ମେଟ୍ରୋ ବ୍ୟବହାର କରିବାକୁ ଦେଇଛନ୍ତି ପରାମର୍ଶ । ଏହାସହ ମୁମ୍ବାଇ ମେଟ୍ରୋର ଅନେକ ତାରିଫ ମଧ୍ୟ କହିଛନ୍ତି ।
ପ୍ରକାଶଥାଉକି, ମେଡିକାଲ ଏମର୍ଜେନ୍ସି ପାଇଁ ଅମିତାଭ ମୁମ୍ବାଇର ମେଟ୍ରୋରେ ଯାତ୍ରା କରିଥିଲେ ଓ କମ ସମୟ ମଧ୍ୟରେ ପହଞ୍ଚିଯାଇଥିଲେ । ଏହାପରେ ସେ ମେଟ୍ରୋର ତାରିଫ କରିବା ସହ ପ୍ରଦୂଷଣ ରୋକିବାରେ ଏହା ସାହାଯ୍ୟ କରିବ ବୋଲି କହିଛନ୍ତି ।