ନୂଆଦିଲ୍ଲୀ: 2011ରେ ଆସିଥିବା ତାମିଲ ହରର, କମେଡି ଫିଲ୍ମ 'ମୁନୀ 2: କାଞ୍ଚନା' ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା । ଏବେ ଏହି ଫିଲ୍ମର ହିନ୍ଦୀ ରିମେକ ତିଆରି ହେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ଖିଲାଡୀ କୁମାର ଅକ୍ଷୟ ନଜର ଆସିବେ । ଫିଲ୍ମରେ ସେ ରାଘବଙ୍କ ରୋଲରେ ଅଭିନୟ କରିବେ । ଟ୍ରାନ୍ସଜେଣ୍ଡର ମହିଳାଙ୍କ ଆତ୍ମା ନିଜ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ରାଘବକୁ କରିଥିବ ଟାର୍ଗେଟ ।
ଅକ୍ଷୟ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଏହି ହରର ଫିଲ୍ମରେ ଆଉ ଏକ ବଡ ଚେହେରା ସମ୍ପୃକ୍ତ ହେବାକୁ ଯାଉଛି । ଯାହା ଶୁଣି ଫ୍ୟାନ୍ସଙ୍କ ନିହାତି ଖୁସି ହୋଇଯିବେ । ଆଜ୍ଞା ହଁ, ଏହି ଫିଲ୍ମକୁ ବିଗ-ବି ଅମିତାଭ ବଚ୍ଚନ ମଧ୍ୟ ସାଇନ କରିଛନ୍ତି ।
ଫିଲ୍ମରେ ଅମିତାଭ ନିଜ କ୍ୟାରିୟରରେ ପ୍ରଥମଥର ଟ୍ରାନ୍ସଜେଣ୍ଡର ଭୂମିକାରେ ନଜର ଆସିବେ । ସେ ଫିଲ୍ମରେ କାଞ୍ଚନା ଚରିତ୍ରରେ ଦେଖାଯିବେ । ତାମିଲ ଫିଲ୍ମରେ କାଞ୍ଚନାଙ୍କ ରୋଲ ଆର. ଶରଦ କୁମାର କରିଥିଲେ ।