ETV Bharat / sitara

ଫୁଟବଲ ଖେଳିବାକୁ ବାହାରିଲେ ଝୁଣ୍ଡ, ଦେଖନ୍ତୁ ଭିଡିଓ

author img

By

Published : Jan 21, 2020, 7:23 PM IST

ମେ 8ରେ ରିଲିଜ ହେବାକୁ ପ୍ରସ୍ତୁତ ଅମିତାଭ ବଚ୍ଚନଙ୍କ ଚର୍ଚ୍ଚିତ ଫିଲ୍ମ ‘ଝୁଣ୍ଡ’ । ସୋମବାର ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ରିଲିଜ ହୋଇଥିବା ବେଳେ ମଙ୍ଗଳବାର ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟିଜର ।

amitabh bachchan
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ଅମିତାଭ ବଚ୍ଚନ ନିଜ ଆଗାମୀ ଫିଲ୍ମ ‘ଝୁଣ୍ଡ’କୁ ନେଇ ଖୁବ୍ ବ୍ୟସ୍ତ । ସୋମବାର ଫିଲ୍ମର ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ ମେକର୍ସ । ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଟିଜର । ଏହି ଫିଲ୍ମ ସ୍ଲମ ସକରର ସଂସ୍ଥାପକ ବିଜୟ ବରସେଙ୍କ ଜୀବନ ଉପରେ ଆଧାରିତ । ଫିଲ୍ମ ଟିଜର ଆରମ୍ଭରେ ଅମିତାଭଙ୍କ କିଛି ଶବ୍ଦ ସହ ଏକ ଝୁଣ୍ଡ ଚାଲୁଥିବାର ଦେଖିବାକୁ ମିଳୁଛି ।

  • " class="align-text-top noRightClick twitterSection" data="">

‘ଝୁଣ୍ଡ’ରେ ଅମିତାଭ ଜଣେ ଅବସରପ୍ରାପ୍ତ ଫୁଟବଲ ଟ୍ରେନର ହୋଇଛନ୍ତି । ଯିଏ ଫିଲ୍ମରେ ଗରିବ ପିଲାଙ୍କୁ ଫୁଟବଲ ଟ୍ରେନିଂ ଦେଉଛନ୍ତି । ଟିଜର ଆରମ୍ଭରେ ଅମିତାଭ କହୁଛନ୍ତି, ‘ଇସେ ଝୁଣ୍ଡ ମତ କହିଏ ଇସେ ଟିମ କହିଏ ।’ ଏହାସହ ଷ୍ଟ୍ରିଟରେ ଅନେକ ଝିଅ-ପୁଅ ଏକାଠି ଚାଲିକି ଯାଉଥିବାର ନଜର ଆସୁଛନ୍ତି । ଯେଉଁମାନେ ହାତରେ ସାଇକେଲ ଚେନ, ବାଡି ଧରି ଚାଲୁଛନ୍ତି ।

ଟିଜରକୁ ଟ୍ବିଟରରେ ସେୟାର କରି ଅମିତାଭ କ୍ୟାପସନରେ ଲେଖିଛନ୍ତି, ‘ଝୁଣ୍ଡ ଆ ଗୟା...ଆ ଗୟା ।’ ପିତାଙ୍କ ଫିଲ୍ମକୁ ନେଇ ଉତ୍ସାହିତ ଥିବା ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଫିଲ୍ମର ଟିଜର ସେୟାର କରି ଲେଖିଛନ୍ତି, ‘ଫିଲ୍ମ ଦେଖିବାକୁ ସେ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଫିଲ୍ମ ବହୁତ ଶାନଦାର ହୋଇଛି ।’

ପ୍ରକାଶ ଥାଉକି ‘ଝୁଣ୍ଡ’ ଟିଜର ସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି ଏବର୍ଷ ମେ 8 ତାରିଖରେ ରିଲିଜ ହେବାକୁ ଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.