ମୁମ୍ବାଇ: ଅମିତାଭ ବଚ୍ଚନ ନିକଟରେ କୋରୋନା ପଜିଟିଭି ବାହାରିଥିଲେ। ଯାହାପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଯାବତ ତାଙ୍କ ଚିକିତ୍ସା ଚାଲିଛି । ସେହିପରି ନିକଟରେ ତାଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିବା କଥା ମଧ୍ୟ ଶୁଣିବାକୁ ମିଳିଥିଲା । ଯାହାକୁ ଖଣ୍ଡନ କରିଥିଲେ ଅମିତାଭ । ସେ କହିଥିଲେ କୋରୋନା ନେଗେଟିଭ ଟେଷ୍ଟ ଖବର ସମ୍ପୂର୍ଣ୍ଣ ମିଥ୍ୟା । ଇତିମଧ୍ୟରେ ଅମିତାଭ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ।
- " class="align-text-top noRightClick twitterSection" data="
">
ଏଥର ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଏକ ଭିଡିଓରେ ଜଣେ ଝିଅଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଯେଉଁଥିରେ ଜଣେ ଝିଅଙ୍କ ଟ୍ୟାଲେଣ୍ଟ ଦେଖି ସେ ଖୁବ୍ ପ୍ରଭାବିତ ହୋଇଛନ୍ତି।
ସେହିପରି ଭିଡିଓ କ୍ୟାପସନରେ ସେ ଲେଖିଛନ୍ତି, ‘ମୋ ମ୍ୟୁଜିକ ପାର୍ଟନର ତଥା ବନ୍ଧୁ ମୋତେ ଏହାକୁ ପଠାଇଛନ୍ତି । ମୁଁ ଜାଣିନାହିଁ ଏହି ଝିଅ କିଏ । ହେଲେ କହିବାକୁ ଚାହୁଁଛି ଝିଅ ତୁମ ପାଖରେ ସ୍ପେଶାଲ ଟ୍ୟାଲେଣ୍ଟ ଅଛି । ଭଗବାନ ସବୁବେଳେ ତୁମକୁ ଖୁସିରେ ରଖନ୍ତୁ । ଭଲ କାମ କରୁଥିବ। ତୁମେ ହସ୍ପିଟାଲରେ ମୋ ହୃଦୟକୁ ଆଲୋକିତ କରିଦେଇଛ । ଯାହା ପୂର୍ବରୁ କେବେ ହୋଇନଥିଲା । କର୍ଣ୍ଣାଟକ ଓ ପଶ୍ଚିମ ପପକୁ ମିକ୍ସ କରିବା ସହଜ କଥା ନୁହେଁ । ହେଲେ ଏହାକୁ ଶାନଦାର ରୂପେ ତୁମ କରି ଦେଖାଇଛ।’