ETV Bharat / sitara

ବିଗ ବିଙ୍କ ଅଜବ ଗଜବ ପ୍ରଶ୍ନ - ଅମିତାଭ ବଚ୍ଚନଆଗାମୀ ଫିଲ୍ମ ‘ଗୁଲାବୋ-ସିତାବୋ’

ସୋସିଆଲ ମିଡିଆରେ ‘ଗୁଲାବୋ-ସିତାବୋ’ ସେଟରୁ ନିଜର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ ପ୍ରଶ୍ନ କଲେ ଅମିତାଭ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : May 29, 2020, 8:21 PM IST

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ଗୁଲାବୋ-ସିତାବୋ’କୁ ନେଇ ଉତ୍ସାହିତ । ଜୁନ 12ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଏହି ଫିଲ୍ମ । ସେହିପରି ଦର୍ଶକ ମଧ୍ୟ ପ୍ରଥମଥର ପରଦାରେ ଆୟୁଷ୍ମାନ ଖୁରାନାଙ୍କ ସହ ତାଙ୍କୁ ଦେଖିବାକୁ ନେଇ ଏକ୍ସାଇଟେଡ। ଏବେ ବିଗ ବି ଫିଲ୍ମର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ସେ ସୋସିଆଲ ମିଡିଆରେ ଫିଲ୍ମ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ଫ୍ୟାନ୍ସଙ୍କ ପାଇଁ ସେୟାର କରିବାରେ ଲାଗିଛନ୍ତି । ଏଥର ସେ ଫିଲ୍ମ ସେଟରୁ ନିଜର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ତାଙ୍କ ଟଚଅପ କରାଯାଇଥିବାର ଦେଖିବାକୁ ମିଳୁଛି ।

ଜଣେ ମହିଳା ମେକଅପ ଆର୍ଟିଷ୍ଟ ତାଙ୍କ ଆଇବ୍ରୋ ସେଟ କରୁଥିବାର ନଜର ଆସୁଛନ୍ତି । ଏହି ଫଟୋକୁ ଅମିତାଭ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ସେୟାର କରିଛନ୍ତି । ହେଲେ ଏହା ଜରିଆରେ ସେ ଫ୍ୟାନ୍ସଙ୍କୁ ଏକ ମଜାଦାର କଥା ମଧ୍ୟ ଜଣାଇଛନ୍ତି।

ସେ କ୍ୟାପସନରେ ଲେଖିଛନ୍ତି, ‘ଆଇବ୍ରୋ ମଝିରେ ଥିବା ଖାଲି ସ୍ଥାନକୁ କଣ କୁହାଯାଏ । କେହି ଜାଣିଛ କି।’ ତାଙ୍କ ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ମଜାଦାର କମେଣ୍ଟ ଏବେ ଦେଖିବାକୁ ମିଳୁଛି । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.