ETV Bharat / sitara

ଅମିତାଭଙ୍କ ଘର ଛାଡୁନି କୋରୋନା ! - ବିଗ୍ ବିଙ୍କ ଘରେ କୋରୋନା ଆତଙ୍କ

ବିଗ୍ ବିଙ୍କ ଘରେ କୋରୋନା ଆତଙ୍କ। ଟ୍ବିଟ କରି ଫ୍ୟାନ୍ସଙ୍କୁ ଦେଲେ ସୂଚନା । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : Apr 26, 2020, 11:32 AM IST

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ଅନେକ ଜିନିଷ ସେୟାର କରନ୍ତି। ୟାହାଦ୍ବାରା ସେ ଘରେ ରହି ମଧ୍ୟ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରାଇଥାଆନ୍ତି । ଲକଡାଉନ ପାଇଁ ଏବେ ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇଯାଇଛନ୍ତି। କୋରୋନା ସଚେତନା ବାର୍ଚ୍ଚା ବାଣ୍ଟିବା ସହ ଅନେକ ମଜାଦାର ଭିଡିଓ ସେୟାର କରିବାରେ ଲାଗିଛନ୍ତି। ଇତିମଧ୍ୟରେ ତାଙ୍କ ବଙ୍ଗଳାରେ ଏକ ବାଦୁଡି ପଶି ଉତ୍ପାତ ମଚାଇଥିଲା । ଏହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି।

ନିଜର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରି ସେ ଲେଖିଛନ୍ତି, ‘ବ୍ରେକିଂ ନ୍ୟୁଜ ଏକ ବାଦୁଡି ମୋ ରୁମରେ ପଶିଆସିଛି । ଜଲସାର ତୃତୀୟ ମହଲାରେ। ଯେଉଁଠାରେ ଆମେ ବସି ଆରାମ କରୁଥିଲୁ। ସେହି ଏରିୟାରେ ପୂର୍ବରୁ କେବେ ମଧ୍ୟ ବାଦୁଡି ଦେଖିନଥିଲୁ। ଏବେ ପୁରା ରୁମରେ ଏକୁଟିଆ ଅଛି। ମୋ ଘରେ, ମୋ ରୁମରେ । ଆଉ ତାଙ୍କୁ ଆମ ଘର ହିଁ ମିଳିଲା। କୋରୋନା ପିଛା ଛାଡିବାର ନାଁ ନେଉନାହିଁ । ଉଡି ଉଡି ଆସୁଛି । କମ୍ବଖ୍ତ।’

ପ୍ରକାଶ ଥାଉକି ବିଶ୍ବରେ କୋରୋନାର କରାଳ ରୂପ ଦେଖିବାକୁ ମିଳୁଛି । ଅନେକ ଲୋକଙ୍କ ଜୀବନ ଏହି ସଂକ୍ରମଣରେ ଚାଲିଗଲାଣି। ଭାରତରେ ମଧ୍ୟ 24ରୁ ଅଧିକ ଏଥିରେ ଆକ୍ରାନ୍ତ ହୋଇସାରିଲେଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.