ETV Bharat / sitara

ସ୍ବାମୀ ବିବେକାନନ୍ଦଙ୍କ ଅବତାରରେ ଜୟା, ଭାଇରାଲ ଫଟୋ

author img

By

Published : Mar 5, 2020, 10:58 PM IST

ଏଥର ସୋସିଆଲ ମିଡିଆରେ ପତ୍ନୀ ଜୟା ବଚ୍ଚନଙ୍କ ପୁରୁଣା ଫଟୋ ସେୟାର କରି ଚର୍ଚ୍ଚାରେ ଅମିତାଭ ବଚ୍ଚନ। ସ୍ବାମୀ ବିବେକାନନ୍ଦଙ୍କ ଲୁକରେ ନଜର ଆସିଲେ ଜୟା । ଅଧିକ ପଢନ୍ତୁ...

amitabh bachchan
ଡିଜାଇନ ଫଟୋ

ମୁମ୍ବାଇ: ବର୍ତ୍ତମାନ ବିଗ ବି ଅମିତାଭ ବଚ୍ଚନ ନିଜର ଅନେକ ପ୍ରୋଜେକ୍ଟକୁ ନେଇ ଖୁବ୍ ବ୍ୟସ୍ତ । ଏହିକ୍ରମରେ ତାଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଚର୍ଚ୍ଚାରେ । ଏହାବ୍ୟତୀତ ସେ ଆୟୁଷ୍ମାନ ଖୁରାନାଙ୍କ ଅପକମିଂ ଫିଲ୍ମ ‘ଗୁଲାବୋ ସିତାବୋ’ ଓ ଇମରାନ ହାସମୀଙ୍କ ଆଗାମୀ ଫିଲ୍ମ ‘ଚେହେରେ’ରେ ନଜର ଆସିବେ । ଅଭିନୟ ସହ ସୋସିଆଲ ମିଡିଆରେ ଅମିତାଭ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜର ଏବଂ ପରିବାରର ପୁରୁଣା ଫଟୋ ସେୟାର କରନ୍ତି । ଇତିମଧ୍ୟରେ ସେ ନିଜ ପତ୍ନୀ ତଥା ଭେଟେରାନ ଆକ୍ଟ୍ରଷେ ଜୟା ବଚ୍ଚନଙ୍କ ଏକ ପୁରୁଣା ଫଟୋ ସେୟାର କରିଛନ୍ତି ।

ଯେଉଁଥିରେ ଜୟା ସ୍ବାମୀ ବିବେକାନନ୍ଦଙ୍କ ଅବତାରରେ ନଜର ଆସୁଛନ୍ତି । ଫଟୋଟି ବ୍ଲାକ ଆଣ୍ଡ ହ୍ବାଇଟ । ଏହାକୁ ସେୟାର କରି ଅମିତାଭ କ୍ୟାପସନରେ ଲେଖିଛନ୍ତି, ‘ଏହା ଜୟାଙ୍କ ବଙ୍ଗୀୟ ଫିଲ୍ମ ଟାଇଗର ବାବୁ । ଏହାଏକ ଏମିତି ଫିଲ୍ମ ଯାହା କେବେ ପୁରଣ ହୋଇପାରିନଥିଲା । ଫିଲ୍ମରେ ଜୟା ସ୍ବାମୀ ବିବେକାନନ୍ଦଙ୍କ ଭୂମିକାରେ ଅଭିନୟ କରିଥିଲେ । ହେଲେ ଫିଲ୍ମ ରିଲିଜ ହୋଇନଥିଲା।’

ଯଦି କଥା ହେବା ଅମିତାଭଙ୍କ ଆଗାମୀ ଫିଲ୍ମ ବିଷୟରେ ତାହାଲେ ଟଳିତବର୍ଷ ଚାରୋଟି ଫିଲ୍ମ ଜରିଆରେ ପରଦାରେ ଧୁମ ମଚାଇବେ। ବିଗ ବିଙ୍କ ଏହି ତାଲିକାରେ ସାମିଲ ଅଛି ‘ଚେହେରେ’, ‘ବ୍ରହ୍ମାସ୍ତ୍ର’, ‘ଝୁଣ୍ଡ’ ଓ ‘ଗୁଲାବୋ ସିତାବୋ’। ଏହି ସବୁ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ଦର୍ଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.