ମୁମ୍ବାଇ: ବି-ଟାଉନର ମହାନାୟକ ଅଭିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ପ୍ରାୟତଃ କିଛି ନା କିଛି ସେୟାର କରୁଥିବାର ନଜର ଆସୁଛନ୍ତି । ନିକଟରେ ସେ କୋରୋନାକୁ ହରାଇ ଘରକୁ ଫେରିଥିଲେ । ସେହିପରି ଶନିବାର ତାଙ୍କ ଲାଡଲା ତଥା ଅଭିନେତା ଅଭିଷେକ ବଚ୍ଚନ କୋରୋନା ମୁକ୍ତ ହେବା ଖବର ସାମ୍ନାକୁ ଆସିଛି । ସେପଟେ ସୁସ୍ଥ ହେବା ପରେ ଅମିତାଭ ନିଜର ପ୍ରଥମ ସେଲ୍ଫି ଫଟୋ ସେୟାର କରି ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ସେ ଇନଷ୍ଟାଗ୍ରାମରେ ସେୟାର କରୁଥିବା ସେଲ୍ଫି ଫ୍ୟାନ୍ସଙ୍କ ମନ କିଣିଛି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ବହୁତ କମ ଲୋକ ଜାଣିଛନ୍ତି, କି ସେ ବହୁତ କମ ଜାଣିଛନ୍ତି।’ ତାଙ୍କ ଏହି ମଜାଦାର କ୍ୟାପସନ ପଢି ଫ୍ୟାନ୍ସଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି । ସେହିପରି ତାଙ୍କ ଫଟୋରେ କମେଣ୍ଟ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ ।
ଜଣେ ଫ୍ୟାନ କମେଣ୍ଟରେ ପଚାରିଛନ୍ତି, ‘ଏବେ ଆପଣ ସୁସ୍ଥ ଅଛନ୍ତି ତ? ଧ୍ୟାନ ରଖନ୍ତୁ ନିଜର।’ ଆଉ କିଛି ୟୁଜର୍ସ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପରାର୍ମଶ ଦେଇଛନ୍ତି । ଆପଣ ବି ଦେଖନ୍ତୁ ବିଗ ବିଙ୍କ ସେଲ୍ଫି...