ETV Bharat / sitara

ପୋଲାଣ୍ଡ ୟୁନିଭର୍ସିଟିରେ ହରିବଂଶ ରାୟ ବଚ୍ଚନଙ୍କ ମଧୁଶାଲା, ଭାବବିହ୍ବଳ ଅମିତାଭ

ପିତାଙ୍କ ଲୋକପ୍ରିୟ କବିତା ବିଦେଶ ୟୁନିଭର୍ସିଟିରେ ସ୍ଥାନ ପାଇବାରୁ ଭାବୁକ ଅମିତାଭ ବଚ୍ଚନ। ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ହେଲେ ଇମୋଶନାଲ ।

author img

By

Published : Jul 22, 2020, 3:28 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋଭିଡ-19ରେ ସଂକ୍ରମିତ ହେବା ପରେ ବିଗ ବି ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠୁ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ହେଲ୍ଥ ଅପଡେଟ ଦେବାରେ ଲାଗିଛନ୍ତି । ଏଥର ସେ ଏକ ଇମୋଶନାଲ ଭିଡିଓ ସେୟାର କରି ଚର୍ଚ୍ଚାରେ। ଯାହା ତାଙ୍କ ପିତା ତଥା ମହାନ କବି ହରିବଂଶ ରାୟ ବଚ୍ଚନଙ୍କ ସହ ସମ୍ପୃକ୍ତ।

କଥାଟି ହେଲା ଯେ ହରିବଂଶଙ୍କ ଏକ ଫେମସ କବିତା ମଧୁଶାଲା ପୋଲାଣ୍ଡର ଏକ ୟୁନିଭର୍ସିଟିରେ ପଢାଯାଇଛି। ଯାହାର ଭିଡିଓ ଟ୍ବିଟରରେ ସେୟାର କରି ଅମିତାଭ ଲେଖିଛନ୍ତି, ‘ମୋ ଆଖିରେ ଲୁହ। ପୋଲାଣ୍ଡର ଭ୍ରୋକ୍ଲୋର ୟୁନେସ୍କେ ସିଟି ଅଫ ଲିଟରେଚର ଆୱାର୍ଡରେ ସମ୍ମାନିତ କରିଛନ୍ତି । ସେଠାରେ ଆଜି ବାବୁଜିଙ୍କ ମଧୁଶାଲା ପଢାଯାଇଛି। ଯାହାକୁ ୟୁନିଭର୍ସିଟି ଛାତ୍ରମାନେ ଛାତରେ ଚଢି ଶୁଣାଇଛନ୍ତି । ସେ ବାର୍ତ୍ତା ଦେଇଛନ୍ତି ଯେ ଭ୍ରୋକ୍ଲୋ ସହର ହରିବଂଶ ରାୟ ବଚ୍ଚନଙ୍କ ସହର ମଧ୍ୟ।’

  • T 3601 - I am moved to tears !
    Wroclaw, Poland was awarded UNESCO City of Literature, today they organised a recitation of Babuji’s Madhushala by University students on the roof of the University building. They pass the message Wroclaw is a City of Dr Harivansh Rai Bachchan. pic.twitter.com/Rvl4q7Liof

    — Amitabh Bachchan (@SrBachchan) July 21, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଅମିତାଭଙ୍କ ସହ ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ବଚ୍ଚନ ମଧ୍ୟ କୋରୋନା ସଂକ୍ରମିତ ହେଇଥିଲେ । ଏବେ ସମସ୍ତେ ସୁସ୍ଥ ଥିବା ଖବର ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.