ETV Bharat / sitara

23 କୋଟିରେ ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନ ରାଜଧାନୀ ଦିଲ୍ଲୀସ୍ଥିତ ନିଜ ବଙ୍ଗଳା 'ସୋପାନ' ବିକ୍ରି କରିଛନ୍ତି । ବିଗ୍ ବି ଏହି 'ସୋପାନ' କୁ 23 କୋଟିରେ ବିକ୍ରି କରିଛନ୍ତି । ଏହି ବଙ୍ଗଳାରେ ଅମିତାଭ ବଚ୍ଚନଙ୍କ ପିତା-ମାତା ରହୁଥିଲେ। ଅଧିକ ପଢନ୍ତୁ

23 କୋଟିରେ ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ଅମିତାଭ ବଚ୍ଚନ
23 କୋଟିରେ ନିଜ ବିଳାସପୂର୍ଣ୍ଣ ବଙ୍ଗଳା ବିକ୍ରି କଲେ ଅମିତାଭ ବଚ୍ଚନ
author img

By

Published : Feb 3, 2022, 8:49 PM IST

ହାଇଦ୍ରାବାଦ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବିଗ୍ ବି ରାଜଧାନୀ ଦିଲ୍ଲୀ ସ୍ଥିତ ନିଜ ବଙ୍ଗଳା 'ସୋପାନ' ବିକ୍ରି କରିଦେଇଛନ୍ତି । ବିଗ୍ ବି ଏହି 'ସୋପାନ' କୁ 23 କୋଟିରେ ବିକ୍ରି କରିଛନ୍ତି । ଏହି ବଙ୍ଗଳାରେ ଅମିତାଭ ବଚ୍ଚନଙ୍କ ପିତା-ମାତା ତେଜି ବଚ୍ଚନ ଏବଂ ହରିବଂଶ ରାୟ ବଚ୍ଚନ ରହୁଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଘରର ପଞ୍ଜୀକରଣ କାମ ଗତ ବର୍ଷ ହୋଇଯାଇଥିଲା। ବିଗ୍ ବି ଏହି ବଙ୍ଗଳାକୁ ନିଜୋନ୍ ଗ୍ରୁପର ସିଇଓ ଅବନୀ ବଦେରଙ୍କୁ ବିକ୍ରି କରିଛନ୍ତି । ଗତ ବର୍ଷ ଡିସେମ୍ବର 7 ରେ, ବଦେର ତାଙ୍କ ନାମରେ ଏହି ସମ୍ପତ୍ତି ପଞ୍ଜୀକୃତ କରିଥିଲେ।

ରିପୋର୍ଟ ଅନୁଯାୟୀ, ଅବନୀ ଏବଂ ବିଗ୍ ବିଙ୍କ ପରିବାର ଗତ 35 ବର୍ଷ ଧରି ପରସ୍ପରକୁ ଜାଣିଛନ୍ତି। ଅମିତାଭ ବଚ୍ଚନଙ୍କ ଦିଲ୍ଲୀର ଏହି ସମ୍ପତ୍ତି 418 ବର୍ଗ ମିଟରର । ଅମିତାଭ ବଚ୍ଚନଙ୍କର ଏହି ବଙ୍ଗଳା ସହିତ ପୁରୁଣା ସ୍ମୃତି ଯୋଡି ହୋଇ ରହିଛି। ବିଗ୍ ବି ତାଙ୍କ କ୍ୟାରିୟର ଆରମ୍ଭରୁ ମୁମ୍ବାଇରେ ରହୁଥିଲେ, ଏହି କାରଣରୁ ଏହି ବଙ୍ଗଳାର ଯତ୍ନ ନେବା କଷ୍ଟକର ହୋଇପଡିଥିଲା ​​। ଏଭଳି ପରିସ୍ଥିତିରେ ଯେତେବେଳେ ସମସ୍ୟା ବଢିଲା ସେତେବେଳେ ଅମିତାଭ ବଚ୍ଚନ ତାଙ୍କ ଘର ବିକ୍ରି କରିବାକୁ ନିଷ୍ପତ୍ତି ନେଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.