ମୁମ୍ବାଇ: ନିଜ ବ୍ଲଗରେ ପୁରୁଣା କୋ-ଷ୍ଟାରଙ୍କ ସହ ବିତାଇଥିବା ସ୍ମୃତିକୁ ମନେ ପକାଉଛନ୍ତି ବିଗ ବି । ଶନିବାର ଏନେଇ ସେ ଏକ ଇମୋସନାଲ ଲେଖା ଲେଖିଛନ୍ତି । ଏଥିରେ ନିଜର 2 କୋ-ଷ୍ଟାର ଶ୍ରୀଦେବୀ ଓ ଇର୍ଫାନ ଖାନଙ୍କୁ ସେ ମନେ ପକାଇଛନ୍ତି ।
- " class="align-text-top noRightClick twitterSection" data="
">
ଅମିତାଭ ଓ ଶ୍ରୀଦେବୀ 28 ବର୍ଷ ପୂର୍ବେ ଖୁଦା ଗୱାରେ ଅଭିନୟ କରିଥିଲେ । ସେହିପରି ପିକୁରେ ସେ ଇର୍ଫାନଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ଏହି ସପ୍ତାହରେ ଉଭୟ ଫିଲ୍ମ ରିଲିଜର ବାର୍ଷିକୀ ପଡିଛି । ଯାହାକୁ ନେଇ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି ମେଗାଷ୍ଟାର ଅମିତାଭ । ଏହିସବୁ ପ୍ରୋଜେକ୍ଟ ସହ ଜଡିତ ସାଥୀଙ୍କୁ ହରାଇ ସେ ଖୁବ ଦୁଃଖିତ ଥିବା କହିଛନ୍ତି । ବିଶେଷ କରି ଖୁଦା ଗୱାର ନିର୍ଦ୍ଦେଶକ ମୁକୁଲ ଆନନ୍ଦ ଓ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତକୁ ସେ ବେଶୀ ମନେ ପକାଉଛନ୍ତି ।
ଉଭୟ ଫିଲ୍ମର ସ୍ମୃତି ମନେ ପକାଇ ସେ ଲେଖିଛନ୍ତି ଯେ 2ଟି ଯାକ ଫିଲ୍ମ ତାଙ୍କ ସ୍ମୃତିରେ ସବୁବେଳେ ରହିବ । ଅଲବିଦା କହିଥିବା ବ୍ୟକ୍ତିତ୍ବ ସବୁବେଳେ ମନେ ରହିବେ । ପ୍ରତିଭାବାନ ଓ ଚତ୍ମକାର । ଅଳ୍ପ ସମୟର ରହଣୀରେ ହୃଦୟକୁ ଛୁଇଁବା ଭଳି ମଣିଷ ଇର୍ଫାନ । କୋଲକାତା ଷ୍ଟ୍ରିଟରେ ବିତାଇଥିବା ସେ ସମୟ ଖୁବ ଉତ୍ତମ ଥିଲା । ସାଇକେଲ ଚଲାଇ ସେ ସମୟକୁ ଇର୍ଫାନଙ୍କ ସହ ବିତାଇଥିଲେ ବିଗ ବି । ଯାହାକୁ ମନେ ପକାଇ ସେ ଇମୋସନାଲ ହୋଇଛନ୍ତି ।
ସେହିପରି ମୁକୁଲ ଆନନ୍ଦଙ୍କ ନିର୍ଦ୍ଦେଶନା ଚତ୍ମକାର ଥିଲା । ଶ୍ରୀଦେବୀଙ୍କ ସହ ଆକ୍ଟିଂ ସୁନ୍ଦର ମୂହୂର୍ତ୍ତ ଥିଲା । ଆଫଗାନିସ୍ତାନରେ ସୁଟିଂବେଳର କଥା ମନେ ପକାଇ ସେ କହିଛନ୍ତି ଯେ ସେ ସମୟରେ ଦୋସ୍ତି ଓ କେୟାରିଂ କଥା ମନେପଡିଲେ ଏବେ ବି ଖୁସି ଲାଗେ । ପୁଣିଥରେ କିପରି ସେ ସମୟ ଫେରିଆସିବ ସେନେଇ ଅମିତାଭ ଆଶାପ୍ରକଟ କରିଛନ୍ତି । ଫେବୃୟାରୀ 2018 ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ଇର୍ଫାନ ଖାନ ଗତ ଏପ୍ରିଲ 29ରେ ଦୁନିଆକୁ ଅଲବିଦା କହିଛନ୍ତି ।