ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା: ଅମିତାଭଙ୍କ ପ୍ରଶ୍ନ, ଚାଟ୍‌ ସେୟାର କଲେ ଅର୍ଜୁନ

author img

By

Published : Jun 15, 2020, 5:32 PM IST

ଟ୍ବିଟ କରି ସୁଶାନ୍ତଙ୍କୁ ମନେ ପକାଇଲେ ମହାନାୟକ ଅମିତାଭ ବଚ୍ଚନ । କାହିଁକି ଆତ୍ମହତ୍ୟା ବୋଲି କଲେ ପ୍ରଶ୍ନ ।

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: 2020 କାଳ ସାଜିଛି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ । ଜଣକ ପରେ ଜଣେ କରି ଅନେକ ଷ୍ଟାର୍ସ ଦୁନିଆ ଛାଡି ଚାଲିଗଲେଣି । ଏମିତିରେ ରବିବାର ମୁମ୍ବାଇ ସ୍ଥିତ ନିଜ ଘରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସୁଶାନ୍ତ ସିଂ ରାଜପୁତ । ଯାହାକୁ ନେଇ ଭାଙ୍ଗିପଡିଛି ବଲିଉଡ । ଆଜି ତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯିବ । ପୁଅଙ୍କୁ ଶେଷ ବିଦାୟ ଦେବାକୁ ମୁମ୍ବାଇରେ ପହଞ୍ଚିସାରିଛନ୍ତି ପିତା କେକେ ସିଂ । ସେହିପରି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ଅଛନ୍ତି ବିଗ ବି ଅମିତାଭ ବଚ୍ଚନ ।

  • T 3563 - In memorial Sushant : DAY 4483 Jalsa, Mumbai June 14/15, 2020 Sun/Mon 12:48 AM Why .. Why .. Why .. (cont) https://t.co/uCOUjTIbyn

    — Amitabh Bachchan (@SrBachchan) June 15, 2020 " class="align-text-top noRightClick twitterSection" data=" ">

ସେ ଟ୍ବିଟରେ ସୁଶାନ୍ତଙ୍କୁ ମନେ ପକାଇଛନ୍ତି । ସେ ଆଜି ଏକ ଟ୍ବିଟ କରି ଲେଖିଛନ୍ତି, ‘କାହିଁକି ଆତ୍ମହତ୍ୟା ।’ ସେ ତାଙ୍କ ଟ୍ୟାଲେଣ୍ଟ ଓ ଫିଲ୍ମ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।

ସେପଟେ ହ୍ୟାଣ୍ଡସମ ଆକ୍ଟର ଅର୍ଜୁନ କପୁର ମଧ୍ୟ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ସହ 2018ରେ ହ୍ବାଟ୍ସଅପରେ କରିଥିବାର କଥାବାର୍ତ୍ତାର ଏକ ସ୍କ୍ରିନସଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି । ଚାର୍ଟରେ ସୁଶାନ୍ତ ଫିଲ୍ମ ‘କେଦାରନାଥ’ ବ୍ୟତୀତ ମା'ଙ୍କ ବିଷୟରେ ମଧ୍ୟ ଅର୍ଜୁନଙ୍କ ସହ କଥା ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.