ETV Bharat / sitara

ବାଲାସୁବ୍ରମଣ୍ୟମଙ୍କ ସ୍ବର ଥିଲା ଈଶ୍ବରଙ୍କ ବରଦାନ: ବିଗ ବି - ଏସପିବିଙ୍କ ସ୍ବର ଥିଲା ଈଶ୍ବରଙ୍କ ବରଦା

ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲା ସୁବ୍ରମଣ୍ୟମଙ୍କୁ ମନେପକାଇଲେ ମେଗାଷ୍ଚାର ଅମିତାଭ ବଚ୍ଚନ । ଏସପି ବାଲା ସୁବ୍ରମଣ୍ୟମ ଥିଲେ ସ୍ବର ଓ ଆତ୍ମାର ମହାନ ଈଶ୍ବର । କୋରୋନା ମହାମାରୀ ପୁଣି ଏକ ରତ୍ନକୁ ଆମଠାରୁ ଛଡାଇନେଇଛି । ଆମ ଶ୍ରଦ୍ଧେୟ ଏସପିବିଙ୍କ ସ୍ବର ଥିଲା ଈଶ୍ବରଙ୍କ ବରଦାନ ।

ଏସପିବିଙ୍କ ସ୍ବର ଥିଲା ଈଶ୍ବରଙ୍କ ବରଦାନ: ବିଗ ବି ଅମିତାଭ ବଚ୍ଚନ
ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲା ସୁବ୍ରମନ୍ୟମଙ୍କୁ ସ୍ମରଣ କଲେ ମେଗାଷ୍ଚାର ଅମିତାଭ ବଚ୍ଚନ
author img

By

Published : Sep 27, 2020, 2:51 PM IST

ମୁମ୍ବାଇ: କୋରୋନା ଜଣକ ପରେ ଜଣେ ମହାନ ତଥା ମାନଗଣ୍ୟ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲିଦଉଛି । ସେଥିମଧ୍ୟରୁ ଜଣେ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲାସୁବ୍ରମଣ୍ୟମ । ଗତ ସେପ୍ଟେମ୍ବର 25 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କୁ ମନେ ପକାଇଛନ୍ତି ଏବଂ ଶ୍ରଦ୍ଧାଞଳି ଦେଇ କହିଛନ୍ତି ଅନେକ ସମ୍ମାନ ଓ ସଫଳତାର ଅଧିକାରୀ ହୋଇ ମଧ୍ୟ ସେ ଥିଲେ ଜଣେ ଉଚ୍ଚକୋଟୀର ମଣିଷ ।

ଅଭିନେତା ଅମିତାଭ ବଚ୍ଚନ ସାମାଜିକ ଗଣମାଧ୍ୟମରେ ଏସପି ବାଲା ସୁବ୍ରମଣ୍ୟମ ଓ ନିଜର ଏକ ଫଟୋ ପୋଷ୍ଟ କରି କହିଛନ୍ତି, "ଏଭଳି ଜଣେ ଉଚ୍ଚକୋଟୀର ମଣିଷଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ମୁଁ ପାଇଛି । କିଛି ବର୍ଷ ପୂର୍ବେ ଏକ କାର୍ଯ୍ୟକ୍ରମରେ ମୁଁ ତାଙ୍କୁ ଭେଟିଥିଲି । ଅପାର ସମ୍ମାନ ଓ ସଫଳତାର ଅଧିକାରୀ ହୋଇ ମଧ୍ୟ ସେ ଜଣେ ଅତ୍ୟନ୍ତ ସରଳ ଥିଲେ । ତାଙ୍କ ବିୟୋଗରେ ଈଶ୍ବରଙ୍କ ବରଦାନ ସ୍ବରୂପ ସ୍ବରଟି ଶାନ୍ତ ପଡିଗଲା" । ଦିନକୁ ଦିନ କରୋନା ମହାମାରୀ ବିଶେଷ ବ୍ୟକ୍ତିଙ୍କୁ ଆମଠାରୁ ଛଡାଇ ନେଇ ସ୍ବର୍ଗଗାମୀ କରାଉଛି ବୋଲି ସେ ନିଜ ବ୍ଲଗର୍ ଲେଖିଛନ୍ତି ।

କୋରୋନାରେ ଆକ୍ରାନ୍ତ ହୋଇ 74 ବର୍ଷରେ ବିଶିଷ୍ଟ କଣ୍ଠଶିଳ୍ପୀ ଏସପି ବାଲା ସୁବ୍ରମନ୍ୟମଙ୍କର ପ୍ରାଣହାନି ଘଟିଛି । ଚାଳିଶ ହଜାରରୁ ଅଧିକ ଗୀତ ଗାଇଥିଲେ । ସେ 6ଥର ଜାତୀୟ ପୁରସ୍କାର ଜିତି ଥିବା ବେଳେ 2001ରେ ପଦ୍ମଶ୍ରୀ ଏବଂ 2011ରେ ପଦ୍ମ ଭୂଷଣ ଭଳି ରାଷ୍ଟ୍ରୀୟ ସମ୍ମାନ ଲାଭ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.