ETV Bharat / sitara

ବିଶ୍ବାସର ପରିଭାଷା ବୁଝାଇଲେ ବିଗ ବି

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ବଚ୍ଚନଙ୍କ ଏକ ଟ୍ବିଟ କରି ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଫ୍ୟାନ୍ସଙ୍କୁ ବିଶ୍ବାସର ଜ୍ଞାନ ବାଣ୍ଟିଛନ୍ତି।

author img

By

Published : Feb 8, 2020, 6:17 PM IST

amitabh bachchan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ନିଜ ଟ୍ବିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ସେ ପୁଣିଥରେ ଟ୍ବିଟକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଫ୍ୟାନ୍ସଙ୍କୁ ମହାନ ଜ୍ଞାନ ବାଣ୍ଟିଛନ୍ତି । ବର୍ତ୍ତମାନ ଅମିତାଭ ନିଜ ଅନେକ ପ୍ରୋଜେକ୍ଟସକୁ ନେଇ ଖୁବ୍ ବ୍ୟସ୍ତ । ହେଲେ ସୁଟିଂରୁ ସମୟ ପାଇ ସେ ପ୍ରଶଂସକଙ୍କ ପାଇଁ ଟ୍ବିଟ କରନ୍ତି ।

ଶନିବାର ସକାଳେ ସେ ଟ୍ବିଟ କରି ଲେଖିଛନ୍ତି, ‘ସବୁ ଜିନିଷ ସେଠାରେ ମିଳିଯାଉଛି, ଯେଉଁଠାରେ ହସିଥାଏ । ହେଲେ ବିଶ୍ବାସ କେବେ ମଧ୍ୟ ସେଠାରେ ମିଳେ ନାହିଁ , ଯେଉଁଠି ଥରେ ହଜିଯାଏ ।’ ତାଙ୍କର ଏହି ଟ୍ବିଟରେ ଫ୍ୟାନ୍ସଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ପ୍ରକାଶ ଥାଉକି ନିକଟରେ ଅମିତାଭ ଏକ ଟ୍ବିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ସୁଗନ୍ଧ ବିନା ପୁଷ୍ପ, ତୃପ୍ତି ବିନା ପ୍ରାପ୍ତି, ପ୍ରସନ୍ନତା ବିନା ଜୀବନ ବ୍ୟର୍ଥ।’ ତାଙ୍କର ଏହି ଟ୍ବିଟ ଖୁବ୍ ଭାଇରାଲ ହୋଇଥିଲା । ଯଦି ତାଙ୍କ ଫିଲ୍ମ ବିଷୟରେ କଥା ତେବେ ସେ ଖୁବଶୀଘ୍ର ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଫିଲ୍ମ ‘ଗୁଲାବୋ ସିତାବୋ’ରେ ନଜର ଆସିବେ । ସେହି ପରି ବି-ଟାଉନର ସିରିୟଲ କିସର ଇମରାନ ହାସମୀଙ୍କ ଥ୍ରିଲର ଡ୍ରାମା ଫିଲ୍ମ ‘ଚେହରେ’ରେ ମଧ୍ୟ ଦେଖାଯିବେ । ଯାହାକୁ ନେଇ ଏକ୍ସାଇଟେଡ ଦର୍ଶକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.