ମୁମ୍ବାଇ: ବି ଟାଉନର ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସବୁବେଳେ ସମ୍ପୃକ୍ତ ରହିଥାଆନ୍ତି । ଖାଲି ଏତିକି ନୁହେଁ ସେ ନିଜ ପ୍ରଶଂସକଙ୍କୁ ସୋସିଆଲ ମିଡିଆରେ ପ୍ରାୟତଃ ରିପ୍ଲାଏ ଦେଉଥିବାର ମଧ୍ୟ ନଜର ଆସିଥାଆନ୍ତି । ଅମିତାଭ ଟ୍ବିଟରରେ ଆକ୍ଟିଭ ରହୁଥିବା ସେଲିବ୍ରିଟିଜଙ୍କ ଲିଷ୍ଟରେ ଟପରେ ଅଛନ୍ତି ।
ଏବେ ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯାହାକୁ ଦେଖି ସେ ଭାବୁକ ହୋଇଯାଇଛନ୍ତି । ଭିଡିଓଟି ସେୟାର ହେବା ମାତ୍ରେ ଖୁବ୍ ଭାଇରାଲ ମଧ୍ୟ ହୋଇଛି ।
ଅନ୍ୟପଟେ ସେ ଭିଡିଓଟି ସେୟାର କରି ଲେଖିଥିଲେ କି ଭିଡିଓଟି ଝିଅର ପିତାର । ଯିଏ ନିଜ ମୁକବଧିର ଝିଅର ବିବାହ ଉତ୍ସବରେ ତାଙ୍କ ପାଇଁ ଗୀତ ଗାଉଛନ୍ତି । ବାପା-ଝିଅଙ୍କ ସମ୍ପର୍କ ଏତେ ଖାସ ହୋଇଥାଏ କି ଯିଏ ମଧ୍ୟ ଏହି ଭିଡିଓକୁ ଦେଖିବ ଭାବୁକ ହୋଇଯିବ । ଆଉ ଅମିତାଭ ସବୁବେଳେ ଝିଅଙ୍କୁ ଅଧିକ ସମ୍ମାନ ଦିଅନ୍ତୁ ।
ପ୍ରକାଶ ଥାଉକି ଅମିତାଭ ଦୁଇ ଦିନ ପୂର୍ବରୁ ହିନ୍ଦୀରେ ଏକ ପୋଷ୍ଟ ଲେଖିଥିଲେ । ଯାହାକୁ ଜଣେ ରାଇଟର ନିଜର କବିତା କହି ଅମିତାଭଙ୍କ ଠାରୁ 32 ଟଙ୍କା ଦାବି କରିଥିଲେ ।