ETV Bharat / sitara

ଦାଦା ସାହେବ ଫାଲକେ ସମ୍ମାନକୁ ନେଇ ଭାବୁକ ବିଗବି

author img

By

Published : Sep 25, 2019, 8:52 PM IST

ସୋସିଆଲ ମିଡିଆରେ ଇମୋଶନାଲ ପୋଷ୍ଟ ସେୟାର କରି ନିଜକୁ ସମସ୍ତଙ୍କ ଋଣୀ କହିଲେ ଅମିତାଭ ବଚ୍ଚନ । ତାଙ୍କୁ ମିଳିବାକୁ ଯାଉଥିବା ଦାଦା ସାହେବ ଫାଲକେ ସମ୍ମାନ ପାଇଁ ହାତ ଯୋଡି ଧନ୍ୟବାଦ ଜଣାଇଲେ ।

ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନଙ୍କୁ ଖୁବଶୀଘ୍ର ଭାରତୀୟ ସିନେମାର ସବୁଠାରୁ ବଡ ସମ୍ମାନ ଦାଦା ସାହେବ ଫାଲକେ ଆୱାର୍ଡ ମିଳିବାକୁ ଯାଉଛି । ମଙ୍ଗଳବାର ରାତିରେ ଏହି କଥାର ଘୋଷଣା କରାଯାଇଥିଲା । ଯାହା ପରଠାରୁ ସୋସିଆଲ ମିଡିଆରୁ ବିଗ ବିଙ୍କ ଚର୍ଚ୍ଚା ହେବାରେ ଲାଗିଛି । ସେ ମଧ୍ୟ ଏହି ସମ୍ମାନ ପାଇବାକୁ ନେଇ ଭାବୁକ ନଜର ଆସିଛନ୍ତି । ଆଉ ଭାବବିହ୍ବଳ ରୂପେ ନିଜ ମନ କଥା ଜାହିର କରିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ମଙ୍ଗଳବାର ରାତିରେ ସୋସିଆଲ ମିଡିଆରେ ସୂଚନା ପ୍ରାସରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଖବର ସୂଚନା ଦେଇଥିଲେ । ଯାହାକୁ ନେଇ ଏବେ ଅମିତାଭଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ହାତ ଯୋଡି ଏହି ସମ୍ମାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଟ୍ବିଟରରେ ସେ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ କୃତଜ୍ଞ ଏବଂ ଋଣି ଆଉ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୁଁ କେବଳ ଜଣେ ବିନୟପୂର୍ଣ୍ଣ ବିନମ୍ର ଅମିତାଭ ବଚ୍ଚନ।’

ପ୍ରକାଶ ଥାଉକି 5 ଦଶକରୁ ସିଲଭର ସ୍କ୍ରିନରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି ଅମିତାଭ। ସେ ଆଜି ମଧ୍ୟ ସେତିକି ଆକ୍ଟିଭ ଯେମିତି ସେ ପୂର୍ବରୁ ଥିଲେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.