ETV Bharat / sitara

50 ଭୂମିକା ମିଶି ଅମିତାଭଙ୍କ ଚେହରା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଜାରି ହେଲା ଅମିତାଭଙ୍କ ଆଗାମୀ ଫିଲ୍ମ ଚେହେରେର ଫାଷ୍ଟ ଲୁକ । ତାଙ୍କ ଜନ୍ମଦିନ ଅବସରରେ ଉପହାର ସୂରପ ଏହି ଭେଟି ଦେଇଛନ୍ତି ‘ଚେହରେ’ ପ୍ରଯୋଜକ ।

author img

By

Published : Oct 11, 2019, 4:41 PM IST

ଫଟୋ ସୌଜନ୍ୟ: ଟ୍ବିଟର@ଆନନ୍ଦ ପଣ୍ଡିତ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ 77ତମ ଜନ୍ମଦିନରେ ପ୍ରଶଂସକ ସୋସିଆଲ ମିଡିଆରେ ଶୁଭେଚ୍ଛା ଦେବାରେ ଲାଗିଛନ୍ତି । ତାଙ୍କ ବର୍ଥଡେ’କୁ ଖାସ୍ କରିଛନ୍ତି ପ୍ରଯୋଜକ ଆନନ୍ଦ ପଣ୍ଡିତ । ସେ ଅମିତାଭଙ୍କ ଆଗାମୀ ଫିଲ୍ମ ‘ଚେହରେ’ର ପ୍ରଯୋଜନା କରୁଛନ୍ତି । ବିଗ ବିଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇ ସେ ଏକ ସ୍ପେଶାଲ ଭିଡିଓ ସେୟାର କରିଛନ୍ତି । ଏହି ଅବସରରେ ତାଙ୍କ ‘ଚେହରେ’ ଲୁକ ଜାରି ହୋଇଯାଇଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ଆନନ୍ଦ ପଣ୍ଡିତ

ସେ ଗୁରୁବାର ସନ୍ଧ୍ୟାରେ ‘ଚେହରେ’ର ଫାଷ୍ଟ ଲୁକ ସେୟାର କରିଥିଲେ । ଏହି ଭିଡିଓରେ ଅମିତାଭଙ୍କ ଖାସ୍ 50ଟି ଭୂମିକାକୁ ଏକାଠି ମିଶାଇ ଚେହରେର ଲୁକ ନିର୍ମାଣ କରାଯାଇଛି । ଭିଡିଓ ଶେଷରେ ଅମିତାଭଙ୍କ ‘ଚେହରେ’ ଲୁକ ଦେଖିବାକୁ ମିଳୁଛି ।

ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଜମୀନ, ଆସମାନ, ଉଜାଲେ, ଅନ୍ଧେରେ, ଜିନ୍ଦା ରହେଙ୍ଗେ, ଜିସ୍ମ ଚଲେ ଜାଏଙ୍ଗେ ଲେକିନ ଚେହରେ ଜିନ୍ଦା ରେହେଙ୍ଗେ ।’ ଅମିତାଭ ଭଳି କେହି ନୁହଁନ୍ତି । ତାଙ୍କ ସହ ସାକ୍ଷାତ କରିବା ପୂର୍ବରୁ ସେ ତାଙ୍କର ବଡ ପ୍ରଶଂସକ ଥିଲେ । ତାଙ୍କ କାମର ଖୁବ୍ ପ୍ରଶଂସା କରୁଥିଲେ । ଯେବେ ତାଙ୍କ ସହ ସେ ସାକ୍ଷାତ କଲେ ତାଙ୍କୁ ଆହୁରି ଜାଣିବାର ସୁଯୋଗ ପାଇଥିଲେ । ଆଉ ତାଙ୍କ ଜନ୍ମଦିନରେ ‘ଚେହରେ’ ଫିଲ୍ମର ଲୁକ ସେୟାର କରିବାର ସଠିକ୍ ସମୟ ଥିଲା ବୋଲି କହିଥିଲେ ଆନନ୍ଦ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.