ମୁମ୍ବାଇ: ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ ନିଜ କାମକୁ ନେଇ ସବୁବେଳେ ସିରିୟସ ନଜର ଆସନ୍ତି । ସେ ସବୁ କାମରେ କଡା ପରିଶ୍ରମ ମଧ୍ୟ କରନ୍ତି । ଏବେ ତାଙ୍କୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି । ଅଭିନୟ ବ୍ୟତୀତ ସେ ନିର୍ଦ୍ଦେଶନାରେ ପଦାର୍ପଣ କରିସାରିଛନ୍ତି ବୋଲି ଖବର ଜୋର ଧରିଛି । ଆଜ୍ଞା ହଁ, ସେ ନିଜର ଅପକମିଂ ଫିଲ୍ମ ‘ଚେହରେ’ର କିଛି ସିନରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ।
ଯାହାର ଖୁଲାସା ଫିଲ୍ମର ପ୍ରଯୋଜକ ଆନନ୍ଦ ପଣ୍ଡିତ ଏକ ସାକ୍ଷାତକାରରେ କରିଥିଲେ । ଖାଲି ଏତିକି ନୁହେଁ ଅମିତାଭ ‘ଚେହରେ’ର ସୁଟିଂ ମାଇନସ ଡିଗ୍ରୀ ତାପମାତ୍ରାରେ ମଧ୍ୟ କରିଥିଲେ । ଯାହାକୁ ନେଇ ଭାବୁକ ହୋଇଯାଇଥିଲେ ଫିଲ୍ମର ଷ୍ଟାର-କାଷ୍ଟ ।
ପ୍ରକାଶ ଥାଉକି ପ୍ରଥମଥର ଦର୍ଶକ ପରଦାରେ ଅମିତାଭ ଓ ଇମରାନ ହାସମୀଙ୍କ ଯୋଡି ଦେଖିବାକୁ ପାଇବେ । ‘ଚେହରେ’ ଏକ ଥ୍ରିଲର, ଆକ୍ସନ ଫିଲ୍ମ । ସେହିପରି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ ଟେଲି ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜା । ଫିଲ୍ମଟିକୁ ଆସନ୍ତା ବର୍ଷ ଏପ୍ରିଲ 24ରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି ମେକର୍ସ ।