ETV Bharat / sitara

ସେଲ୍ଫିର ନାମକରଣ କଲେ ବିଗ-ବି, ଆଶ୍ଚର୍ଯ୍ୟ ୟୁଜର୍ସ

ସେଲ୍ଫିର ନୂଆ ନାମ ଦେଇ ସୋସିଆଲ ମିଡିଆରେ ଛାଇଲେ ଅମିତାଭ ବଚ୍ଚନ । ଫ୍ୟାନ୍ସଙ୍କୁ ବୁଝାଇଲେ ସେଲ୍ଫିର ହିନ୍ଦୀ ଏବଂ ସଂସ୍କୃତ ଶବ୍ଦ ।

author img

By

Published : Sep 18, 2019, 11:06 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । କେବେ ସେ ଫିଲ୍ମର ଫଟୋ ତ କେବେ ନିଜ ଜୀବନର କାହାଣୀ ସେୟାର କରୁଥିବାର ନଜର ଆସନ୍ତି । ଇତିମଧ୍ୟରେ ସେ ସେଲ୍ଫିର ନୂଆ ନାମକରଣ କରି ଚର୍ଚ୍ଚାରେ ଆସିଛନ୍ତି । ଅମିତାଭଙ୍କ ଏହି ଟ୍ବିଟ ଉପରେ ୟୁଜର୍ସଙ୍କ ମଜାଦାର କମେଣ୍ଟ ଖୁବ୍ ଆସିବାରେ ଲାଗିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

କଥାଟି ହେଲା କି ମଙ୍ଗଳବାର ବିଗ ବି ସେଲ୍ଫିର ହିନ୍ଦୀ ଭର୍ସନ ସୋସିଆଲ ମିଡିଆରେ ଜଣାଇଛନ୍ତି । ଏହାସହ ସେଲ୍ଫିକୁ ସଂସ୍କୃତରେ କଣ କୁହାଯାଏ ତାହା ମଧ୍ୟ ଫ୍ୟାନ୍ସଙ୍କୁ କହିଛନ୍ତି । ସେ ଟ୍ବିଟ କରି ଲେଖିଥିଲେ, ‘ଦୀର୍ଘ ସମୟରୁ ସେଲ୍ଫି ପାଇଁ ଏକ ହିନ୍ଦୀ ଶବ୍ଦ ଖୋଜିବାରେ ଲାଗିଥିଲି । ମୋ ପାଖକୁ ଅନେକ ସଜେଶନ ମଧ୍ୟ ଆସିଥିଲା । କିନ୍ତୁ ମୁଁ ସେଥିରେ ସନ୍ତୁଷ୍ଟ ନଥିଲି । ଏମିତି ପରିସ୍ଥିତିରେ ମୁଁ ନିଜେ ସେଲ୍ଫିର ହିନ୍ଦୀ ଏବଂ ସଂସ୍କୃତରେ ନାମ ବାଛିବାର ନିଷ୍ପତ୍ତି ନେଇଥିଲି । ଯାହାକୁ ସଂସ୍କୃତିରେ ‘ବଦୟ ସହ ଉସଚ’ କହିବା ଏବଂ ହିନ୍ଦୀରେ ବ୍ୟତିଗତ ଦୂରଭାଷିତ ଯନ୍ତ୍ର ଦ୍ବାରା ‘ହସ୍ତ ଉତ୍ପାହିତ ସ୍ବ ଚିତ୍ର’ କହିବା ।’

ବର୍ତ୍ତମାନ ଏହି ଟ୍ବିଟରେ ଅନେକ ୟୁଜର୍ସ ମଜାଦାର କମେଣ୍ଟ କରିଛନ୍ତି । କିଛି ୟୁଜର ଅମିତାଭଙ୍କ ପୁରୁଣା ଫଟୋ କମେଣ୍ଟରେ ସେୟାର କରିଥିବା ବେଳେ ଆଉ କିଛି ଅଭିଷେକ ବଚ୍ଚନଙ୍କ ସହ ଅମିତାଭଙ୍କ ଫଟୋ ସେୟାର କରି ଅଦ୍ଭୁତ ଶବ୍ଦ କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.