ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ନିକଟରେ କୋରୋନା ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଥିଲେ । ଅମିତାଭଙ୍କ ସହ ତାଙ୍କ ପରିବାରରୁ ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ବର୍ତ୍ତମାନ ପୁରା ପରିବାର ସୁସ୍ଥ ଅଛନ୍ତି । ଯାହାକୁ ନେଇ ଖୁସି ଫ୍ୟାନ୍ସ । ଇତିମଧ୍ୟରେ ଅମିତାଭ ନିଜର ବଡ ସମସ୍ୟା ବିଷୟରେ ବ୍ଲଗରେ ଆଲୋଚନା କରିଛନ୍ତି।
କଥାଟି ହେଲା ଯେ ଅମିତାଭ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି । ସେ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ କିଛି ନା କିଛି ସେୟାର କରୁଥିବାର ଦେଖାଯାଆନ୍ତି । ଯାହା ଏବେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସେ ସବୁ ଫ୍ୟାନ୍ସଙ୍କୁ ବ୍ୟକ୍ତିଗତ ରୂପେ ଜବାବ ମଧ୍ୟ ଦିଅନ୍ତୁ । ତାଙ୍କ ଏହି ଅନ୍ଦାଜ ତାଙ୍କ ଉପରେ ବର୍ତ୍ତମାନ ଭାରି ପଡିଛି।
ସେ ନିକଟରେ ବ୍ଲଗରେ ଲେଖିଥିଲେ, ‘ସବୁ ଜିନିଷର ଗୋଟିଏ ସମୟସୀମା ଥାଏ । ସମସ୍ତଙ୍କ ପାଖରେ ନିଜ ନିଜର କାମ ରହିଥାଏ । ଅନେକଥର ମୁଁ ଜବାବ ଦେଇପାରୁନାହିଁ । ହେଲେ ଏହାର ଅର୍ଥ ଏହା ନୁହେଁ ଯେ ବ୍ଲଗରେ ମେସେଜ ଆରମ୍ଭ କରିଦେବା । ଏମିତି କରି ଆପଣ ମୋ କାମ ବଢାଉଛନ୍ତି । ମୁଁ ନିଜ ତରଫରୁ ବେଷ୍ଟ ଚେଷ୍ଟା ଜାରି ରଖିବି।’
ପ୍ରକାଶ ଥାଉକି ସେ ବ୍ଲଗରେ ଏହି କଥାର ମଧ୍ୟ ଆଲୋଚନା କରିଛନ୍ତି ଯେ ଅନେକ ଫ୍ୟାନ୍ସ ଏମିତି ଅଛନ୍ତି ଯିଏ ତାଙ୍କ ହ୍ବାଟ୍ସଅପ, ଫେସବୁକ ଓ ଟ୍ବିଟରରେ ଜାଣିଶୁଣି ମେସେଜ କରୁଛନ୍ତି । ଯାହାର ଜବାବ ତାଙ୍କୁ କାମ ଛାଡି ଦେବାକୁ ପଡୁଛି । ଏହି ସବୁ ଜିନଷ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ସାଜିଛି।