ETV Bharat / sitara

ଦେଶୀ ଗାର୍ଲଙ୍କୁ ମିଆଙ୍କ ପ୍ରଶ୍ନ, ଜାଣନ୍ତୁ କାରଣ...

author img

By

Published : Feb 9, 2021, 8:39 AM IST

ଏଥର ଟ୍ବିଟ କରି ପ୍ରିୟଙ୍କାଙ୍କୁ ଆଶ୍ଚର୍ଯ୍ୟକର ପ୍ରଶ୍ନ ପଚାରିଛନ୍ତି ମିଆ । ଚାଷୀ ଆନ୍ଦୋଳନରେ ପ୍ରିୟଙ୍କା ପ୍ରତିକ୍ରିୟା ନଆସିବାରୁ ସେ ଏମିତି କହିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କିଛି ଦିନରୁ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ସମର୍ଥନ କରିଆସୁଛନ୍ତି ଆମେରିକାର ଆଡଲ୍ଟ ଷ୍ଟାର ମିଆ ଖଲିଫା । ସେ ଏହି ଆନ୍ଦୋଳନ ଉପରେ ବାରମ୍ବାର ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଯାହା ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡୁଛି । ହେଲେ ସେ ଏହାକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ଟ୍ବିଟ କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଏଥର ସେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କୁ ଚାଷୀ ଆନ୍ଦୋଳନ ଉପରେ ପ୍ରଶ୍ନ ପଚାରିଛନ୍ତି ।

କଥାଟି ହେଲା ଯେ ସେ ସୋମବାର ଏକ ଟ୍ବିଟ କରି ଲେଖିଥିଲେ, ‘ ମିସେସ ଜୋନସ କେଉଁ ଅବସରରେ ମୁହଁ ଖୋଲିବେ ଆପଣ ? ମୋର ଜିଜ୍ଞାସା ବଢିଚାଲିଛି ଏହା ଜାଣିବା ପାଇଁ । ବେରୁଟ ବିନାଶ ସମୟର ଭାଇବ୍ସ ଆସୁଛି । ଶାନ୍ତି ।’

  • Is Mrs. Jonas going to chime in at any point? I’m just curious. This is very much giving me shakira during the Beirut devastation vibes. Silence.

    — Mia K. (@miakhalifa) February 7, 2021 " class="align-text-top noRightClick twitterSection" data=" ">

ମିଆ ଏମିତି ଟ୍ବିଟ କରିବାର କାରଣ ହେଲା ଯେ ସବୁ ପ୍ରସଙ୍ଗରେ ବିନ୍ଦାସ ନିଜ ପ୍ରତିକ୍ରିୟା ରଖୁଥିବା ପ୍ରିୟଙ୍କା ଚାଷୀ ଆନ୍ଦୋଳନ ଉପରେ ଏଯାବତ କିଛି କହିନାହାଁନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ସେ । ଏଥିପାଇଁ ସେ ତାଙ୍କୁ ଏପରି ପ୍ରଶ୍ନ ପଚାରିଛନ୍ତି ।

ପ୍ରକାଶ ଥାଉକି ମିଆଙ୍କ ଏହି ଟ୍ବିଟ ପୂର୍ବରୁ ରବିବାର ଭାରତୀୟ ଭୋଜନ ଖାଇ ଚାଷୀଙ୍କୁ ସମର୍ଥନ ଜଣାଇଥିଲେ ସେ। ଯାହାର ଏକ ଭିଡିଓ ଟ୍ବିଟରରେ ସେୟାର କରି ବିରୋଧୀଙ୍କୁ କଡା ଜବାବ ମଧ୍ୟ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.