ମୁମ୍ବାଇ: ପାଖାପାଖି ପୁରା ବିଶ୍ବକୁ 20 ପ୍ରତିଶତ ଅମ୍ଳଜାନ ଯୋଗାଉଥିବା ଆମାଜନ ଜଙ୍ଗଲରେ ଗତ ଦୁଇ ସପ୍ତାହ ହେବ ନିଆଁର ତାଣ୍ଡବ ଦେଖିବାକୁ ମିଳୁଛି । ଦକ୍ଷିଣ ଆମେରିକାର ବ୍ରାଜିଲରେ ଅବସ୍ଥିତ ଦୁନିଆର ସବୁଠାରୁ ଅଧିକ ବର୍ଷା ହେଉଥିବା ଜଙ୍ଗଲ ଏବଂ ଦୁନିଆର ଫୁସଫୁସ ନାମରେ ପ୍ରସିଦ୍ଧ ଏହି ଜଙ୍ଗଲରେ ନିଆଁ ଲିଭିବାର ନାଁ ଧରୁନାହିଁ । ଚଳତ ବର୍ଷ ଏହି ଜଙ୍ଗଲରେ ନିଆଁ ଲାଗିବାର ଅନେକ ଘଟଣା ସାମ୍ନାକୁ ଆସିସାରିଛି । କିନ୍ତୁ ଏବେ ଯେଉଁ ନିଆଁ ଲାଗିଛି, ତାହା ଜଙ୍ଗଲକୁ ଧ୍ବସଂ କରିଦେବ ବୋଲି ଲାଗୁଛି । ଏହି ନିଆଁରେ ଜଙ୍ଗଲ 2700 କିମି କ୍ଷେତ୍ର ପ୍ରଭାବିତ ହୋଇସାରିଲାଣି ।
ଏହି ଘଟଣାକୁ ନେଇ ପୁରା ବିଶ୍ବ ଚିନ୍ତିତ ଥିବା ବେଳେ ବଲିଉଡ ଷ୍ଟାର୍ସ ମଧ୍ୟ ସୋସିଆଲ ମିଡିଆରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଯେଉଁଠାରେ ଅର୍ଜୁନ କପୁର, ଆୟୁଷ୍ମାନ ଖୁରାନା, ଅନୁଷ୍କା ଶର୍ମା, ଦିୟା ମିର୍ଜା ଓ ଦିଶା ପଟାନୀ ସୋସିଆଲ ମିଡିଆରେ ଜଙ୍ଗଲକୁ ନେଇ ଦୁଃଖ ପ୍ରକାଶ କରିସାରିଛନ୍ତି । ସେହିଠାରେ ଏବେ ବି-ଟାଉନର କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଆମାଜନ ଜଙ୍ଗଲ ବିଷୟରେ ଏକ ଟ୍ବିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଜଙ୍ଗଲରେ ଲାଗିଥିବା ନିଆଁର କିଛି ଫଟୋ ସେୟାର କରି ଆଲିୟା ଟ୍ବିଟରେ ଲେଖିଛନ୍ତି, ‘ଆମ ପୃଥିବୀର ଫୁସଫୁସ ଏବେ ଜଳୁଛି । ଏହି ଜଙ୍ଗଲ ଆମ ଗ୍ରହର କାର୍ବନ ଡାଇଅକ୍ସାଇଡ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଆମେ ଏହା ବିନା ରହିପାରିବା ନାହିଁ । ଆମାଜନକୁ ବଞ୍ଚାଏ, ପ୍ରାର୍ଥନା କର ଆମାଜନ ପାଇଁ ।’ ଆଲିୟାଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଟ୍ବିଟରେ ଆମଜନଙ୍କୁ ରକ୍ଷା କରିବା ପାଇଁ ଗୁହାରି କରିଛନ୍ତି ।